Latest Odisha News

BREAKING NEWS

କପିଳ ଦେବ, ଗାଙ୍ଗୁଲିଙ୍କ ସହ ସମକକ୍ଷ ହେଲେ ଗିଲ

ଦି ଓଭାଲ: ଭାରତୀୟ କ୍ରିକେଟ ଟିମ ଶୁଭମନ ଗିଲଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ବିଦେଶ ମାଟିରେ ଏହି ଯୁବ ଅଧିନାୟକ ତାଙ୍କ ପ୍ରଥମ ସିରିଜରେ ସମ୍ପୂର୍ଣ୍ଣ ପ୍ରଭାବ ଛାଡିଛନ୍ତି । ସେ ବ୍ୟାଟ୍ସମ୍ୟାନମାନେ ଭାବେ ମଧ୍ୟ ସଫଳ ହୋଇଛନ୍ତି । ଭାରତର ପୂର୍ବତନ ଅଧିନାୟକ କପିଳ ଦେବ, ସୌରଭ ଗାଙ୍ଗୁଲି ଓ ସୁନୀଲ ଗାଭାସ୍କର ସେନା ଦେଶ(ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ)ରେ ୨ଟି ଲେଖାଏଁ ଟେଷ୍ଟରେ ବିଜୟ ହାସଲ କରିଥିଲେ । ଗିଲ ଏବେ ସେମାନଙ୍କ ସମକକ୍ଷ ହୋଇଛନ୍ତି ।

ତେବେ ଭାରତ ପକ୍ଷରୁ ସେନା ଦେଶ ବିପକ୍ଷରେ ସର୍ବାଧିକ ବିଜୟ ବିରାଟ କୋହଲି ହାସଲ କରିଛନ୍ତି । ତାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୭ଟି ମ୍ୟାଚରେ ବିଜୟୀ ହୋଇଛି । ଗିଲ ୫ ମ୍ୟାଚ ବିଶିଷ୍‌ଟ ସିରିଜରେ ୭୫.୪୦ ଆଭରେଜରେ ୭୫୪ ରନ ସଂଗ୍ରହ କରିଥିଲେ । ଏଥିରେ ୪ ଶତକ ସାମିଲ । ଗିଲଙ୍କ ନେତୃତ୍ୱରେ ଯୁବ ଏବଂ ସିନିୟର ଖେଳାଳିଙ୍କ ମଧ୍ୟରେ ଭଲ ତାଳମେଳ ଦେଖିବାକୁ ମିଳିଥିଲା । ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଅନୁପସ୍ଥିତିରେ ଗିଲ ଯୁବ ବାହିନୀଙ୍କୁ ନେଇ ଐତିହାସିକ ପ୍ରଦର୍ଶନ କରିଛନ୍ତି । ସେ ଜଣେ ଭଲ ବ୍ୟାଟ୍ସମ୍ୟାନ ଏବଂ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି ।

Comments are closed.