Latest Odisha News

BREAKING NEWS

ବିରିଡି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ: ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଉଲଗ୍ନ ହେବାକୁ କହିଲା ପୋଲିସ… କିନ୍ତୁ କାହିଁକି?

ଜଗତସିଂହପୁର: ବିରିଡି ଥାନାରେ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ। ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଉଲଗ୍ନ ହେବାକୁ କହିଲା ପୋଲିସ। ଏସ୍‌ପିଙ୍କ ନିକଟରେ ବାଲିଆ କୃତିବାସ ପାଟଣା ଗାଁର ଯୁବକ ଏଭଳି ଅଭିଯୋଗ କରିଛନ୍ତି। ବିରିଡ଼ି ଥାନା ଅଧିକାରୀଙ୍କ ନାଁରେ ଯୁବକ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ। କିନ୍ତୁ କାହିଁକି ଏପରି ଘଟିଲା? ଯୁବମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଯୁବକ।

ଥାନା ଭିତରେ ଅମାନୁଷିକ ମାଡ଼ ଯୋଗୁଁ ଗୁରୁତର ହୋଇ ଚିକିତ୍ସିତ ହେବାପରେ ଗତ ୩ ତାରିଖ ଦିନ ଜଗତସିଂହପୁର ଏସପି ଏବଂ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛନ୍ତି ଯୁବକ। ଗତ ଜୁଲାଇ ୨୫ତାରିଖରେ ବିରିଡି ବ୍ଲକ କାର୍ଯ୍ୟାଳୟରେ ବିଜେଡି ବିଧାୟକ ରମାକାନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହେବାର ଥିଲା।

ମାତ୍ର ସମୀକ୍ଷା ବୈଠକ ନକରି ବିଧାୟକ ଚାଲିଯିବା କାରଣରୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସ ଘଟଣାସ୍ଥଳରୁ ଯୁବକଙ୍କୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପୀଡିତ। ଅନ୍ୟପଟେ ଏସପିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Comments are closed.