ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ମୋଦିଙ୍କୁ ମହାପ୍ରଭୁଙ୍କ ମହାପ୍ରସାଦ ଦେଇଛନ୍ତି କେଭି । ମୋଦୀ-କେଭିଙ୍କ ସାକ୍ଷାତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ବହନ କରୁଛି ।
ଏକ୍ସ ପୋଷ୍ଟରେ ଉପମୁଖମନ୍ତ୍ରୀ ଲେଖିଛନ୍ତି, ଆଜି ନୂଆଦିଲ୍ଲୀ ଠାରେ ଭାରତ ର ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲି ଏଥି ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାପ୍ରସାଦ ମଧ୍ୟ ପ୍ରଦାନ କରିଥିଲି।
ଆହୁରି ମଧ୍ୟ ଲେଖିଛନ୍ତି, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଆଜି ସୌଭାଗ୍ୟ ମିଳିଲା । ଓଡ଼ିଶାର ଅନନ୍ୟ ଆତ୍ମା ଏବଂ ଅବଦାନକୁ ହୃଦୟରେ ରଖି ବିକଶିତ ଭାରତ ଗଠନ ପାଇଁ ଗଭୀର କୃତଜ୍ଞତା, ପ୍ରତିଫଳନ ଏବଂ ମିଳିତ ପ୍ରତିବଦ୍ଧତାର ଏକ ମୁହୂର୍ତ୍ତ ଥିଲା । ଏକ ସଶକ୍ତ ଓ ସାଂସ୍କୃତିକ ଭାବରେ ସମୃଦ୍ଧ ଭାରତ ଆଡ଼କୁ ଆମର ସାମୂହିକ ଯାତ୍ରାକୁ ମହାପ୍ରଭୁ ଜଗନ୍ନାଥ ମାର୍ଗଦର୍ଶନ କରିଚାଲିନ୍ତୁ।
Had the honour of meeting Hon’ble Prime Minister Shri Narendra Modi ji in New Delhi. A moment of profound gratitude, reflection, and shared commitment to building a Viksit Bharat with Odisha’s unique spirit and contributions at its heart.
Presented sacred Mahaprasad from Shri… pic.twitter.com/QPU5MofH7G
— Kanak Vardhan Singh Deo (Modiji Ka Parivar) (@KVSinghDeo1) August 6, 2025
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି ।
Comments are closed.