Latest Odisha News

BREAKING NEWS

ରାଜ୍ୟର ଏହି ୩ଟି ଜିଲ୍ଲାରେ ୨ ଦିନ ଧରି ହେବ ପ୍ରବଳ ବର୍ଷା !

ଭୁବନେଶ୍ୱର: ଗତ କିଛିଦିନ ହେଲା ଘନ କୁହୁଡ଼ି ଓ ଥଣ୍ଡା କାକର ଯୋଗୁଁ ସାରା ଓଡ଼ିଶା ଶୀତରେ ଥରହର ହୋଇଥିବା ବେଳେ ଆସନ୍ତା ୨ ଦିନ ଲାଗି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ୧୧ ଜିଲ୍ଲାକୁ ୟେଲ୍ଲୋ ୱାଂର୍ଣ୍ଟି ଦେଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସତର୍କ ସୂଚନା ଅନୁଯାୟୀ, ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ କେନ୍ଦେଝର ଜିଲ୍ଲାରେ ଆସନ୍ତା ୨ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏପରିକି ବଜ୍ରପାତ ସହିତ ଯେଉଁସବୁ ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ସେହିସବୁ ଜିଲ୍ଲାଗୁଡ଼ିକ ହେଲା ଦେଓଗଡ଼, ସୋନପୁର, ଢେଙ୍କାନାଳ, ବୌଦ, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ଝାରସୁଗୁଡ଼ା ଜିଲ୍ଲା । ଏହିସବୁ ଜିଲ୍ଲାଗୁଡ଼ିକରେ ଜାନୁଆରୀ ୨ ତାରିଖ ସକାଳ ସାଢେ ୮ଟାରୁ ଜାନୁଆରୀ ୩ ତାରିଖ ସକାଳ ସାଢେ ୮ଟା ମଧ୍ୟରେ ଯେକୌଣସି ସମୟରେ ବୃଷ୍ଟିପାତ ହୋଇପାରେ ।

Leave A Reply

Your email address will not be published.