ରାଉରକେଲା: ସୁରକ୍ଷା ବାହିନୀଙ୍କୁ ପୁଣି ଏକ ବଡ଼ ସଫଳତା। ମାଟିତଳୁ ବିପୁଳ ପରିମାଣର ବିସ୍ଫୋରକ କଲେ ଜବତ। ଓଡ଼ିଶା-ଝାଡ଼ଖଣ୍ଡ ସୀମା ସରାଇକେଲା ଓ ସରଣ୍ଡା ଜଙ୍ଗଲ ମାଟି ତଳୁ ଉଦ୍ଧାର ହେଲା ୪୪ କିଲୋ ଆଇଇଡି। IED ଜବତ କଲା ମିଳିତ ସୁରକ୍ଷା ବାହିନୀ।
ଏକ ପ୍ଲାଷ୍ଟିକ କଣ୍ଟେନରରେ ମାଟି ତଳେ ଲୁଚାଇ ରଖାଯାଇଥିଲା ଏହି ଆଇଇଡି। ନିଷ୍କ୍ରିୟକାରୀ ଟିମ୍ ପକ୍ଷରୁ IEDକୁ ସୁରକ୍ଷିତ ଭାବେ ନଷ୍ଟ କରାଯାଇଛି। ସର୍ଚ୍ଚ ଅପରେସନରେ ଚାଇବାସା ଏବଂ ସରାଇକେଲା ପୋଲିସ , ଝାଡ଼ଖଣ୍ଡ ଜାଗୁଆର, ସିଆରପିଏଫ୍ ଓ ଏସଏସବି ଫୋର୍ସ ସାମିଲ ଥିବା ସୂଚନା ମିଳିଛି।
ଗତ ୩ ତାରିଖରେ ମାଓବାଦୀମାନେ ବ୍ଲାଷ୍ଟ କରି ରେଳ ଧାରଣା ଉଡାଇବା ପରେ ନକ୍ସଲ ଦମନ ପାଇଁ ଓଡ଼ିଶା ଓ ଝାଡ଼ଖଣ୍ଡ ପକ୍ଷରୁ ମିଳିତ ସୁରକ୍ଷା ବାହିନୀ ଦ୍ଵାରା ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
Comments are closed.