ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଛି । ଏବେ ଭାରତୀୟ ଦଳ ଏସିଆ କପ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ରିପୋର୍ଟ ମୁତାବକ ଟେଷ୍ଟ ଟିମର ୪ ଜଣ ଖେଳାଳି ଏସିଆ କପରେ ସୁଯୋଗ ପାଇ ନ ପାରନ୍ତି । ସେପ୍ଟମ୍ବର ୯ରୁ ୟୁଏଇରେ ଏସିଆ କପ ଆରମ୍ଭ ହେଉଛ । ଗିଲ ଏବେ ଦୁଲୀପ ଟ୍ରଫିରେ ଉତରାଂଚଳ ନେତୃତ୍ୱ ନେବେ । ଟି୨୦ ଟିମରେ ସେ ସ୍ଥାନ ପାଇବା ପ୍ରାୟତଃ କଷ୍ଟକର ମନେ ହେଉଛି । ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଏହି ଫର୍ମାଟ ପାଇଁ ପ୍ରଥମ ପସନ୍ଦ ରହିଛନ୍ତି ।
ସେହିପରି ଯଶସ୍ୱୀ ମଧ୍ୟ ପଶ୍ଚିମାଂଚଳ ପକ୍ଷରୁ ଦୁଲୀପ ଟ୍ରଫିରେ ଖେଳିବେ । ଟି୨୦ ଫର୍ମାଟରେ ସେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଓପନ ଭାବେ ସ୍ଥାନ ପାଇପାରୁ ନାହାନ୍ତି । କେଏଲ ରାହୁଲ ଏବଂ ଆଘାତପ୍ରାପ୍ତ ରିଷଭ ପନ୍ତ ମଧ୍ୟ ଏସିଆ କପ ଦଳରୁ ବାଦ ପଡିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଷ୍ଟାର ବୋଲର ଯଶପ୍ରୀତ ବୁମରାହ ମଧ୍ୟ ଏହି ଟି୨୦ ଟୁର୍ଣ୍ଣାମେଂଟରେ ଖେଳିବା ଆଶା କ୍ଷୀଣ ରହିଛି । ସେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଫିଟ ନାହାନ୍ତି ।
Comments are closed.