Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ; ଡେଲିଭରୀ ବୟ ଆକ୍ରମଣରେ ମହିଳା ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱରରେ ଅନଲାଇନ ଫୁଡ୍ ଡେଲିଭରୀକୁ ନେଇ ଏପରି କିଛି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଭୁବନେଶ୍ୱରରେ ବିନୋଦିନୀ ରଥ ନାମକ ଜଣେ ମହିଳା ଅନଲାଇନରେ ଫୁଡ୍ ଅର୍ଡର୍ କରିଥିଲେ। ଖାଦ୍ୟ ପହଞ୍ଚିବାରେ ବିଳମ୍ବ ହେବାରୁ ସେ ଡେଲିଭରୀ ବୟଙ୍କୁ କାରଣ ପଚାରିଥିଲେ। ଯାହା ପରେ ସେ ରାଗିଯାଇ ମହିଳାଙ୍କୁ ଛୁରା ମାଡ଼ କରିଥିବା ନେଇ ଅଭିଯୋଗ ହୋଇଛି।

ଏହି ଘଟଣାଟି ସମ୍ପୁର ଅଞ୍ଚଳର ଓ ଏଥିରେ ପୀଡିତା ଜଣକ ଗୁରୁତର ଭାବରେ ଆହତ ହୋଇଥିବା ସ୍ଥାନୀୟ ଲୋକ ମାନେ କହିଛନ୍ତି। ପୀଡ଼ିତାଙ୍କ ମୁଣ୍ଡ, ହାତ ଏବଂ ପିଠିରେ ଗଭୀର ଆଘାତ ଲାଗିଥିଲା ଓ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିଲା।

ତେବେ ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ଏପରିକି ସେହି ଅଞ୍ଚଳର ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ସହ ଡେଲିଭରି ବୟର ପରିଚୟ ମଧ୍ୟ ଖୋଜାଯାଉଛି।

 

Comments are closed.