ଜୟପୁର: ଆଗାମୀ ଆଇପିଏଲ ପୂର୍ବରୁ ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ ଦଳ ଛାଡିବା ପାଇଁ ଚିନ୍ତା କରୁଥିବା ଖବର ପ୍ରକାଶ ପାଇଛି । ରାଜସ୍ଥାନର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ପ୍ରଦର୍ଶନ ଜାରୀ ରଖିଥିବାରୁ ସଞ୍ଜୁ ଦଳ ଛାଡିବା ପାଇଁ ଚିନ୍ତା କରୁଛନ୍ତି ବୋଲି ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା କହିଛନ୍ତି । ରିପୋର୍ଟ ମୁତାବକ କୋଲକାତା ନାଇଟ ରାଇଡର୍ସ ତାଙ୍କୁ ନେବା ପାଇଁ ଇଚ୍ଛୁକ ରହିଛି । ସଞ୍ଜୁ ନିଜ ଆଡୁ ଦଳ ଛାଡିବା ପାଇଁ ପ୍ରସ୍ତାବ ଦେଇଥିବା ଉଲ୍ଲେଖ ରହିଛି । ସଞ୍ଜୁ ଓପନିଂ ବ୍ୟାଟିଂ କରିବା ପାଇଁ ଆଗ୍ରହୀ ଅଛନ୍ତି ।
ରାଜସ୍ଥାନ ଟିମ ମ୍ୟାନେଜମେଂଟ ଯଶସ୍ୱୀ ଜୈସୱାଲ ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ଓପନିଂ କରାଇବାକୁ ଚାହୁଁଛି । ସେମାନଙ୍କ ପଛକୁ ଧ୍ରୁବ ଜୁରେଲ ମଧ୍ୟ ରହିଛନ୍ତି । ଗତ ସଂସ୍କରଣରେ ସଞ୍ଜୁ ୯ଟି ଇନିଂସରେ ୨୮୫ ଓ ବୈଭବ ୭ଟି ମ୍ୟାଚରେ ୨୫୨ ରନ ସଂଗ୍ରହ କରିଥିଲେ । ବୈଭବ ଶତକ ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ । ସଞ୍ଜୁଙ୍କୁ ନେବା ପାଇଁ ଚେନ୍ନାଇ ଓ କୋଲକାତା ମଧ୍ୟରେ ମୁକାବିଲା ହୋଇପାରେ । ଉଭୟ ଟିମ ଏକ ୱିକେଟକିପର ବ୍ୟାଟ୍ସମ୍ୟାନ ଚାହୁଁଛନ୍ତି । କେକେଆର ଭେଙ୍କେଟେଶ ଆୟାରଙ୍କ ବଦଳରେ ସଞ୍ଜୁ ନେଇପାରେ ବୋଲି ଆଲୋଚନା ହେଉଛି ।
Comments are closed.