Latest Odisha News

BREAKING NEWS

ଆସନ୍ତା ୨୯ ଓ ୩୦ରେ ଓଡ଼ିଶାରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ

ଭୁବନେଶ୍ବର: ଉନ୍ମୋଚନ ହୋଇଛି ଓଡ଼ିଶା ବିଧାନସଭାର ଏକ ନୂଆ ପୋର୍ଟାଲ । ରାଜ୍ୟ ସରକାରଙ୍କର ଆଇଟି ଏବଂ ଇଟି ଏବଂ କେନ୍ଦ୍ର ସରକାରଙ୍କ ଏନଆଇସି ଦ୍ବାରା ଏହା ଖୋଲାଯାଇଛି । ଏହି ପୋର୍ଟାଲରେ ବିଧାନସଭାର ତଥ୍ୟ, ବିଧାନସଭାର ବର୍ତ୍ତମାନ ଓ ଅତୀତର ସଦସ୍ୟଙ୍କ ତଥ୍ୟ, ସରକାରଙ୍କ ଯୋଜନା ଓ ଏହା କେତେ କାର୍ଯ୍ୟକାରୀ ହୋଇଛି, ବିଭିନ୍ନ କମିଟିରେ ହେଉଥିବା ବିଷୟବସ୍ତୁ ନେଇ ଆଲୋଚନା ଓ ସମାଧାନ ପାଇଁ କଣ ନେଉଛନ୍ତି ପଦକ୍ଷେପ ଏ ସମସ୍ତ ତଥ୍ୟ ଏଥିରେ ରହିବ । ବିଧାୟକଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ବିଧାନସଭାର ତଥ୍ୟ କହିବ ଏହି ପୋର୍ଟାଲ ।

ଆସନ୍ତା ୨୯ ଓ ୩୦ ତାରିଖରେ ଓଡ଼ିଶାରେ ଆୟୋଜିତ ହେବ ଜାତୀୟସ୍ତରର ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନେତୃତ୍ୱରେ ସମ୍ମିଳନୀ ହେବ । ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏଥିରେ ଉପସ୍ଥିତ ରହିବେ । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । ବିଭିନ୍ନ ରାଜ୍ୟର ଜାତି ଜନଜାତିଙ୍କ ଚଳଣି, ସମସ୍ୟା ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

ଭିନ୍ନ ଭିନ୍ନ ରାଜ୍ୟର ବିଧାନସଭା ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଆସିବେ । ଲୋକସଭାର ଅନୁସୂଚିତ ଜାତି ଓ ଜନଜାତି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ଆସିବେ । ଏଥିପାଇଁ ଓଡ଼ିଶା ବିଧାନସଭାର ନୂଆ ୱେବସାଇଟ ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି ।

Comments are closed.