ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ମହମ୍ମଦ ସିରାଜ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ୨୩ ୱିକେଟ ନେଇଥିଲେ । ନିର୍ଣ୍ଣାୟକ ଅନ୍ତିମ ଟେଷ୍ଟରେ ସେ ଭାରତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସିରାଜ ସର୍ବଦା ବିରାଟ କୋହଲିଙ୍କୁ ତାଙ୍କ ମେଂଟର ତଥା ବଡ ଭାଇ ହିସାବରେ ସମ୍ମାନ ଦିଅନ୍ତି । କୋହଲି ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଜାନୁୟାରୀ ୨୦୨୫ରେ ସିଡନୀରେ ଖେଳିଥିଲେ । ମ୍ୟାଚ ପରେ କୋହଲି ତାଙ୍କ ସାଇନ ସହ ଜର୍ସି ସିରାଜଙ୍କୁ ଦେଇଥିଲେ । ସିରାଜ ଏହାକୁ ତାଙ୍କ ଘରେ ଫ୍ରେମ କରି ସୁନ୍ଦର ଭାବେ ସଜେଇ ରଖିଛନ୍ତି । କୋହଲିଙ୍କ ୧୮ ନମ୍ବର ଜର୍ସି ସିରାଜଙ୍କ କାନ୍ଥରେ ଶୋଭା ପାଉଛି । ଏହା ନିକଟରେ ସିରାଜ ତାଙ୍କର ଏକ ଫଟୋ ମଧ୍ୟ ଲଗାଇଛନ୍ତି ।
କୋହଲି ତାଙ୍କ ଶେଷ ଟେଷ୍ଟରେ ୧୭ ଓ ୬ ରନ କରିଥିଲେ । ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୬ ୱିକେଟରେ ଜିିତି ନେଇଥିଲା । ସିରାଜ ଏଥିରେ ୪ଟି ୱିକେଟ ନେଇଥିଲେ । ଏହି ମ୍ୟାଚ ପରେ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇଯିବେ ବୋଲି କେହି ଭାବି ନ ଥିଲେ । ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ କୋହଲି ଏହି ଫର୍ମାଟକୁ ଅଲବିଦା କହିଥିଲେ ।
Comments are closed.