Latest Odisha News

BREAKING NEWS

ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ପାକିସ୍ତାନକୁ ପଡିଲା ଭାରୀ,ସହିଲା ୧୨୭ କୋଟି କ୍ଷତି

ନୂଆଦିଲ୍ଲୀ: ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ପାକିସ୍ତାନ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି। ଭାରତୀୟ ବିମାନ ପାଇଁ ପାକିସ୍ତାନର ଆକାଶ ସୀମା ବନ୍ଦ ହେବା ଯୋଗୁଁ ଦୁଇ ମାସରେ ପ୍ରାୟ ୧୨୭ କୋଟି ଟଙ୍କା କ୍ଷତି ହୋଇଛି ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରକାଶ କରିଛି।

ଶୁକ୍ରବାର ଦିନ ପାକିସ୍ତାନର ଜାତୀୟ ପରିଷଦରେ ଏହି ସୂଚନା ପ୍ରଦାନ କରାଯାଇଛି। ୨୩ ଏପ୍ରିଲରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଗୋଟିଏ ଦିନ ପରେ ପାକିସ୍ତାନ ଭାରତୀୟ ବିମାନ ପାଇଁ ତା’ର ଆକାଶ ସୀମା ବନ୍ଦ କରିଦେଇଛି।

ପାକିସ୍ତାନ ସଂସଦରେ କୁହାଯାଇଥିଲା ଯେ ବାୟୁକ୍ଷେତ୍ର ବନ୍ଦ ହେବା ଯୋଗୁଁ ପ୍ରତିଦିନ ୧୦୦ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ ହେଉଛି।

୨୪ ଏପ୍ରିଲରୁ ୩୦ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଏହି ପଦକ୍ଷେପ ପାକିସ୍ତାନକୁ ବିପୁଳ ଆର୍ଥିକ କ୍ଷତି ପହଞ୍ଚାଇଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୧୦୦-୧୫୦ ଭାରତୀୟ ବିମାନ ପ୍ରଭାବିତ ହୋଇଥିଲା। ତେବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ସାର୍ବଭୌମତ୍ୱ ଏବଂ ଜାତୀୟ ପ୍ରତିରକ୍ଷା ଅର୍ଥନୈତିକ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ।

କିନ୍ତୁ ଏହି କ୍ଷତି ସତ୍ତ୍ୱେ, ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୋଟ ରାଜସ୍ୱ ୨୦୧୯ରେ $୫,୦୮,୦୦୦ ରୁ ୨୦୨୫ରେ $୭,୬୦,୦୦୦କୁ ବୃଦ୍ଧି ପାଇଛି। ୨୦୧୯ ମସିହାରେ ପାକିସ୍ତାନ ଉପରେ ଯାଉଥିବା ବିମାନଗୁଡ଼ିକରୁ ଦୈନିକ ୪.୨୪ କୋଟି ଟଙ୍କା ରୋଜଗାର କରୁଥିଲା, ଯାହା ୨୦୨୫ ମସିହାରେ ବୃଦ୍ଧି ପାଇ ୬.୩୫ କୋଟି ଟଙ୍କା ହୋଇଛି। ଏହି କାରଣରୁ ପାକିସ୍ତାନ ଏୟାରସ୍ପେସ୍ ବନ୍ଦ କରିବା ପରେ ମଧ୍ୟ କୌଣସି କ୍ଷତି କରିନାହିଁ।

୨୦୧୯ ମସିହାରେ ମଧ୍ୟ ଭାରତ-ପାକିସ୍ତାନ ସୀମା ଉତ୍ତେଜନା ଯୋଗୁଁ ଏୟାରସ୍ପେସ୍ ବନ୍ଦ ହୋଇଥିଲା , ଏଥିଯୋଗୁଁ ପାକିସ୍ତାନକୁ ୫୪ ମିଲିୟନ ଡଲାରର କ୍ଷତି ସହିବାକୁ ପଡିଥିଲା।

Comments are closed.