Latest Odisha News

BREAKING NEWS

ଖରାପ ସିଟ୍ ଦେଇ ଫସିଲା ଇଣ୍ଡିଗୋ, ଏୟାରଲାଇନ୍ସକୁ ୧.୫ ଲକ୍ଷ ଫାଇନ

ନୂଆଦିଲ୍ଲୀ: ଜଣେ ଯାତ୍ରୀଙ୍କୁ ଖରାପ ଏବଂ ଅସ୍ୱଚ୍ଛ ସିଟ୍ ଦେବା ଇଣ୍ଡିଗୋ ଏୟାରଲାଇନ୍ସକୁ ମହଙ୍ଗା ପଡ଼ିଛି। ଦିଲ୍ଲୀର ଏକ କଞ୍ଜ୍ୟୁମର ଫୋରମ୍ ଏୟାରଲାଇନ୍ସ ଉପରେ ୧.୫ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ଫୋରମ୍ ଏହାକୁ ‘ସେବାରେ ଅଭାବ’ ବୋଲି ବିଚାର କରିଛି।

ସୂଚନା ଅନୁଯାୟୀ, ଜଣେ ମହିଳା ଚଳିତ ବର୍ଷ ଜାନୁଆରୀ ୨ରେ ବାକୁ (ଆଜରବାଇଜାନ) ରୁ ନୂଆଦିଲ୍ଲୀ ଯାଉଥିବା ବିମାନରେ ଯାତ୍ରା କରିଥିଲେ। ତେବେ ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ ଦିଆଯାଇଥିବା ସିଟ୍ ବହୁତ “ମଇଳା, ଦାଗଯୁକ୍ତ ଏବଂ ଅସ୍ୱଚ୍ଛ” ଥିଲା। ଯେତେବେଳେ ସେ ଏହି ବିଷୟରେ ଅଭିଯୋଗ କରିଥିଲେ, ସେତେବେଳେ ବିମାନ କର୍ମଚାରୀମାନେ ତାଙ୍କୁ ଅଣଦେଖା କରିବା ସହ ତାଙ୍କ କଥା ଶୁଣିନଥିଲେ।

ଯାହାପରେ ସବୁ ପକ୍ଷ ଶୁଣିବା ପରେ ଦିଲ୍ଲୀ କଞ୍ଜ୍ୟୁମର ଫୋରମ୍ ଇଣ୍ଡିଗୋ ପକ୍ଷରୁ ସେବାରେ ତ୍ରୁଟି ଥିବା କହିଥିଲେ। ଏପରିକି

ମାନସିକ ଯନ୍ତ୍ରଣା, ଶାରୀରିକ ଯନ୍ତ୍ରଣା ଏବଂ ହଇରାଣ ପାଇଁ ଉକ୍ତ ଯାତ୍ରୀଙ୍କୁ ୧.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ମାମଲା ଲଢ଼ିବା ପାଇଁ ହୋଇଥିବା ଖର୍ଚ୍ଚ ପାଇଁ ପୃଥକ ଭାବରେ ୨୫,୦୦୦ ଟଙ୍କା ଦେବାକୁ ମଧ୍ୟ କୁହାଯାଇଛି।

ଅନ୍ୟପକ୍ଷରେ ଇଣ୍ଡିଗୋ ଏହାର ସ୍ପଷ୍ଟୀକରଣରେ କହିଥିଲା ଯେ ସେମାନେ ଉକ୍ତ ଯାତ୍ରୀଙ୍କ ସମସ୍ୟା ସମାଧାନ କରିବାକୁ ଯାଇ ତୁରନ୍ତ ତାଙ୍କୁ ଅନ୍ୟ ଏକ ସିଟ୍ ଦେଇଥିଲେ। ଯାତ୍ରୀ ଜଣକ ନୂତନ ସିଟରେ ନିଜ ଯାତ୍ରା ସମାପ୍ତ କରିଥିଲେ ଏବଂ କୌଣସି ଆପତ୍ତି ଉଠାଇନଥିଲେ।

 

Comments are closed.