Latest Odisha News

BREAKING NEWS

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା; ଆଜିଠୁ ୨ଦିନିଆ ରିମାଣ୍ଡରେ ଜିତେନ ଓ ବିଜୟ

କଟକ:ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିବ ଅଧିକ ତଥ୍ୟ। ଆଜିଠାରୁ ଦୁଇ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ ଏକ୍ସ କ୍ୟାଡର ଶିକ୍ଷକ ସଂଘର ପୂର୍ବତନ କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ। ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ସେମାନଙ୍କୁ ଜେରା କରାଯିବ।

ଏହି ପ୍ରଶ୍ନପତ୍ର ପ୍ରଘଟରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି, କେତେ ଟଙ୍କାର କାରବାର ହୋଇଛି ଏବଂ ପ୍ରଘଟର ଚେର କେତେ ବାଟ ଲମ୍ବିଛି , ସେ ସବୁ ବିଷୟରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ।

ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତେନ ମହାରଣା ଓ ଶିକ୍ଷକ ନେତାଙ୍କୁ ଅଲଗା ଅଲଗା ଜେରା କରିବା ପରେ ମୁହାଁ ମୁହିଁ ଜେରା କରିବା ପାଇଁ ଯୋଜନା କରିଛି କ୍ରାଇମବ୍ରାଞ୍ଚ। ତେବେ କ୍ରାଇମବ୍ରାଞ୍ଚ୍ର ଜଣେ ବରିଷ୍ଠ ଅଧିକାରୀ ଏହି ଜେରାରେ ଉପସ୍ଥିତ ରହିବେ।

ଉଭୟଙ୍କ ଠାରୁ ତଥ୍ୟ ହାସଲ ପରେ ଗିରଫ ହୋଇଥିବା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ୍ ରିମାଣ୍ଡରେ ଆଣିବ ବୋଲି ସୂଚନା ରହିଛି ।

​ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୨୦ରେ ଏହି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ପ୍ରାୟ ୭୫ ହଜାର ଶିକ୍ଷକ ପରୀକ୍ଷା ଦେଇଥାନ୍ତେ;କିନ୍ତୁ ୧୯ ତାରିଖ ରାତିରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା।

Comments are closed.