ଭୁବନେଶ୍ବର: ଛୁଟି ଦିନ ଓ ରବିବାର ହେବ ଚାଷୀ ପଞ୍ଜୀକରଣ । ଏ ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଟାର୍ଗେଟ୍ ପୂରଣ ହୋଇପାରୁନଥିବାରୁ ଚିନ୍ତା ପ୍ରକାଶ କରୁଛି ସମବାୟ ବିଭାଗ ।
ସକାଳ ୮ରୁ ରାତି ୮ଟା ଯାଏଁ ଚାଷୀ ମାନଙ୍କର ପଞ୍ଜିକରଣ କରାଯିବ । ଅଗଷ୍ଟ ୨୦ ତାରିଖରେ ଖରିଫ ଚାଷୀ ପଞ୍ଜିକରଣ ଶେଷ ହେବାକୁ ଥିବା ବେଳେ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନେଇଛି ସମବାୟ ବିଭାଗ । ଏବେ ମଧ୍ୟ ଅନେକ ଚାଷୀ ପଞ୍ଜିକରଣ କରିନାହାନ୍ତି ।
ସୂଚନାଥାଉକି, ଏବେ ସୁଦ୍ଧା ୧୧ ଲକ୍ଷ ୩୦ ହଜାର ୧୨୮ ଚାଷୀ ପଞ୍ଜୀକୃତ କରିଛନ୍ତି । ଗତବର୍ଷ ୧୭ ଲକ୍ଷ ୭୨ ହଜାର ୩୪୭ ଚାଷୀ ପଞ୍ଜିକରଣ କରିଥିଲେ ।
Comments are closed.