ଝାରସୁଗୁଡ଼ା:ଗତ ମେ’ ୨ ତାରିଖ ଦୁଷ୍କର୍ମ ମାମଲାରେ ମିଳିଲା ଦଣ୍ଡ । ମାତ୍ର ୯୯ ଦିନରେ ରାୟ ଶୁଣାଇଲେ ପୋକ୍ସୋ କୋର୍ଟ । ଦୃଷ୍ଟିହୀନ ନାବାଳିକା ଦୁଷ୍କର୍ମ ମାମଲାରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏହି ମାମଲାର ଶୁଣାଣି କରି ମୁଖ୍ୟ ଦୋଷୀ ଗିରିଧାରୀ ନାଏକକୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ପୀଡ଼ିତାଙ୍କୁ ୧୦ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଅତିରିକ୍ତ ଦୌରାଜଜ୍ ପୂଜା ଷଡଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି ।
ରେଙ୍ଗାଲି ଥାନା ଅଞ୍ଚଳରେ ଗତ ମେ’ ୨ ତାରିଖରେ ଏହି ଘଟଣା ଘଟିଥିଲା। ଦୃଷ୍ଟିବାଧିତ ନାବାଳିକା ଜଣଙ୍କ ଗାଁର ଗିରିଧାରୀ ନାଏକଙ୍କ ଘରକୁ ଯାଇଥିଲେ। ସେହି ସମୟରେ ଗିରିଧାରୀଙ୍କ ପରିବାରର ସମସ୍ତ ସଦସ୍ୟ ଶୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ଗିରିଧାରୀ ଦୃଷ୍ଟିବାଧିତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଏହା ପରେ ତାଙ୍କ ବାପା ମେ’ ୬ ତାରିଖରେ ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ।
୨ ଦିନ ପରେ ରେଙ୍ଗାଲି ଥାନା ପୁଲିସ ଗିରିଧାରୀ ନାଏକଙ୍କୁ ଗିରଫ କରିଥିଲା। ସେହି ମାସ ୨୮ ତାରିଖରେ ପୋଲିସ୍ ଚାର୍ଜସିଟ୍ ଦାଖଲ କରିଥିଲା। ଆଉ ଆଜି କୋର୍ଟଙ୍କ ରାୟ ପ୍ରକାଶ ପାଇଛି ।
Comments are closed.