Latest Odisha News

BREAKING NEWS

ବସ-ଟ୍ରକ୍ ମୁହାଁମୁହିଁ ଧକ୍କା; ୨ ମୃତ ଓ  ୩୦ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲାର ୧୬ ନଂ ଜାତୀୟ ରାଜପଥ ନିକଟ ବନ୍ତ ଛକ ଠାରେ ଏକ ଯାତ୍ରୀବାହି ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର   ମୃତ୍ୟୁ ଘଟିବା ସହ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏକ ଉତ୍ସବ ସାରି ପ୍ରାୟ ୫୦ ଜଣ ବସ ଯୋଗେ ଧାମନଗର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହିଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

ପରେ  ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିବା ସୁତ୍ରରୁ ପ୍ରକାଶ।

Comments are closed.