ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ପୁଣି ଭାଇରାଲ ହେବାରେ ଲାଗିଛି ଚଳନ୍ତା ବାଇକରେ ଯୁବତୀଙ୍କୁ ଓଲଟା ଟାଙ୍କି ଉପରେ ବସାଇ ବାଇକ ଚଲାଇବାର ଦୃଶ୍ୟ । ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କର ବିପଜ୍ଜନକ ବାଇକ ଚଳାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯୋଉଥିପାଇଁ ସେମାନଙ୍କୁ ମୋଟା ଅଙ୍କର ଫାଇନ ଦେବାକୁ ପଡିଥିଲା । ଏହି ଖବର ସାମ୍ନାକୁ ଆସିଥିଲା ହେଲେ ତଥାପି ଚେତିଲେନି ଯୁବପିଢି ।
ଭିଡିଓରେ ପ୍ରେମରେ ମତୁଆଲା ଯୁବକ ଯୁବତୀଙ୍କୁ ଦେଖିବାକୁ ମିଳିଥିବାବେଳେ ଟ୍ରାଫିକ୍ ନିୟମକୁ ଫୁ’ କରି ଉଡାଇଦେଇଛନ୍ତି । ଏହି ରାଜଧାନୀର ଇନଫୋସିଟି ଥାନାରୁ ଇନଫୋସିଟି ଛକ ଅଭିମୁଖେ ବାଇକରେ ଏହି ଯୁବକ ଯୁବତୀ ଆସୁଥିବା ଦେଖିବାକୁ ମିଳିଛି I ଏହି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଭିଡିଓ ସୁଟିଂ କରିଥିଲେ । ହେଲେ ଏହି ପ୍ରେମୀଯୁଗଳଙ୍କୁ ତିଳେ ହେଲେ ଖାତିର ନଥିଲା ।
ସୂଚନାଯୋଗ୍ୟ, କିଛିଦିନ ତଳେ ବି କଟକରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସ୍ତ୍ରୀ ଜଣକ ଟାଙ୍କି ଆଗରେ ବସିଥିବାବେଳେ ସ୍ୱାମୀ ବାଇକ ଚଳାଉଥିଲେ । ଭିଡିଓକୁ ନେଇ କିଛି ୟୁଜର୍ସ ଟ୍ରାଫିକ ନିୟମ ଭଙ୍ଗ ନେଇ କଟକ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ । ଏହାପରେ ଜିଲ୍ଲାପାଳ ଆରଟିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ଆରଟିଓ ପକ୍ଷରୁ ୧୬ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
Comments are closed.