କଟକ:ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । କଟକର ପ୍ରସିଦ୍ଧ ଦୁର୍ଗା ପୂଜା ସେପ୍ଟେମ୍ୱର ୨୮ ତାରିଖରୁ ଆରମ୍ଭ ହେବ । ଅକ୍ଟୋବର ୩ ତାରିଖରେ ମାଙ୍କ ଭସାଣୀ ଶୋଭାଯାତ୍ରା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏଥିସହ ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରିବାକୁ ସହରବାସୀଙ୍କୁ ନିବେଦନ କରାଯାଇଛି ।
ଖବରମୁତାବକ, ଚଳିତବର୍ଷ ଦୁର୍ଗାପୂଜାକୁ ନେଇ ରବିବାର ଦିନ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟିର ବୈଠକ ବସିଥିଲା । ବୈଠକରେ ବିଭିନ୍ନ ଦୁର୍ଗା ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।
ରାସ୍ତା ଘାଟ ମରାମତି, ବିଦ୍ୟୁତ ସେବା, ପାନୀୟ ଜଳ ଯୋଗାଣ,ଦୁର୍ଗା ପୂଜା ଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥା କିପରି ସୁଦୃଢ କରାଯିବ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି ।
Comments are closed.