Latest Odisha News

ବକ୍ସ ଅଫିସରେ ‘କୁଲି’କୁ କଡା ଟକ୍କର ଦେଉଛି ‘ୱାର୍ ୨’, ୨୦୦ କୋଟି କ୍ଲବରେ ଏଣ୍ଟ୍ରୀ କଲା…

ମୁମ୍ବାଇ: ଓ୍ବିକେଣ୍ଡରେ ସିନେମା ହଲରେ ଧୁମ ମଚଉଛି ଦୁଇଟି ବଡ଼ ଫିଲ୍ମ । ପ୍ରଥମଟି ହେଉଛି ସୁପରଷ୍ଟାର ରଜନୀକାନ୍ତ ଏବଂ ନାଗାର୍ଜୁନ ଅଭିନୀତ ‘କୁଲି’ ଏବଂ ଦ୍ୱିତୀୟଟି ହେଉଛି ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆର ଅଭିନୀତ ‘ୱାର୍ ୨’ । ଉଭୟ ପ୍ୟାନ୍ ଇଣ୍ଡିଆ ଫିଲ୍ମ ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ୧୪ ଅଗଷ୍ଟରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା । ମାତ୍ର ଦୁଇ ଦିନରେ ୧୦୦ କୋଟି ଆୟ କରିସାରିଥିଲା ।

ଏବେ ଉଭୟ ଫିଲ୍ମର ତୃତୀୟ ଦିନର ସଂଖ୍ୟା ମଧ୍ୟ ସାମ୍ନାକୁ ଆସିଛି, କିନ୍ତୁ ଏହି ଦୁଇଟି ଫିଲ୍ମ ଆଗରେ ଏବେ ବି ଗୋଟିଏ ଫିଲ୍ମ ଠିଆ ହୋଇଛି ଏବଂ ଏହା ୨୦୦କୋଟି କ୍ଲବରେ ମଧ୍ୟ ଏଣ୍ଟ୍ରୀ କରିଛି । ଗୋଟିଏ ପଟେ, ଯେତେବେଳେ ୱାର୍ ୨ ଏବଂ କୁଲି ସାମ୍ନାରେ ‘ସୈୟାରାର ଚମକ ଫିକା ପଡୁଛି, ‘ମହାବତାର ନରସିଂହ’ ଏବେ ବି ନିରନ୍ତର ରୋଜଗାର କରିଚାଲିଛି ।

ଫିଲ୍ମ କୁଲି ର କଲେକ୍ସନ୍-

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘କୁଲି’ ସିନେମା ହଲରେ ମୁକ୍ତିଲାଭ କରିବାର ତିନି ଦିନ ବିତିଗଲାଣି । ପ୍ରଥମ ଦିନରେ ଏହି ଫିଲ୍ମଟି ୬୫ କୋଟି ଟଙ୍କାର ଏକ ବଡ଼ କଲେକ୍ସନ କରିଥିଲା । ଏକ ଭଲ ଆରମ୍ଭ କରିଥିବା ଏହି ଫିଲ୍ମ ଶୁକ୍ରବାର ୫୪.୭୫ କୋଟି ଟଙ୍କା ରୋଜଗାର କରିଥିବା ବେଳେ, ଶନିବାର ୩୮.୬ କୋଟି ଟଙ୍କା ରୋଜଗାର କରିଥିଲା । ଏହିପରି, ‘କୁଲି’ ମାତ୍ର ତିନି ଦିନରେ ବକ୍ସ ଅଫିସରେ ୧୫୦ କୋଟି କ୍ଲବରେ ପ୍ରବେଶ କରିଛି । ଏପର୍ଯ୍ୟନ୍ତ ଫିଲ୍ମର କଲେକ୍ସନ ୧୫୮.୭ କୋଟି ଟଙ୍କାରେ ପହଞ୍ଚିଛି ।

ଏହି ଫିଲ୍ମଟି ଲୋକେଶ କନଗରାଜଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯେଉଁଥିରେ ରଜନୀକାନ୍ତଙ୍କ ବ୍ୟତୀତ ନାଗାର୍ଜୁନ, ଶ୍ରୁତି ହାସନ, ସୋବିନ ଶାହିର ଏବଂ ଆମିର ଖାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

ୱାର-୨ କଲେକ୍ସନ

ବଲିଉଡ୍ ସୁପରଷ୍ଟାର ହ୍ରିତିକ୍ ରୋଶନ ଏବଂ ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ ‘ୱାର ୨’ ମଧ୍ୟ ଖୁବ କଲେକ୍ସନ କରୁଛି । ଏହି ଫିଲ୍ମଟି ବକ୍ସ ଅଫିସରେ ସୁପରଷ୍ଟାର ରଜନୀକାନ୍ତଙ୍କ କୁଲି କୁ କଡ଼ା ଚକ୍କର ଦେଉଛି । ଦର୍ଶକ ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ଫିଲ୍ମ ‘ୱାର ୨’କୁ ନେଇ ବେଶ ଖୁସି ଥିବା ନଜର ଆସୁଥିଲେ । କିନ୍ତୁ ଶୁକ୍ରବାର ଦିନ ହ୍ରିତିକଙ୍କ ୱାର ୨ କଲେକ୍ସନ ଦୃଷ୍ଟିରୁ ରଜନୀକାନ୍ତଙ୍କ କୁଲିଠାରୁ ପଛରେ ପଡ଼ିଯାଇଛି । ଶୁକ୍ରବାର ‘ୱାର ୨’ ୫୭.୩୫ କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ଶନିବାର ୩୩.୨୫ କୋଟି ଟଙ୍କା ରୋଜଗାର କରିଛି । ତିନି ଦିନରେ ଫିଲ୍ମଟି ମୋଟ ୧୪୨.୭୧ କୋଟି ଟଙ୍କା ରୋଜଗାର କରିଛି ।

କୁଲି ଏବଂ ୱାର ୨ ରିଲିଜ୍ ହେବା ପରେ, ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ଅଭିନୀତ ‘ସୈୟାରା’ର ଚମକ ଫିକା ପଡ଼ିଯାଇଛି, ଯେତେବେଳେ ‘ମହାବତାର ନରସିମହା’ ଏବେ ବି ଭଲ କଲେକ୍ସନ କରୁଛି । ଅଶ୍ୱିନ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଏହି ଆନିମେଟେଡ୍ ଫିଲ୍ମଟି ଭାରତରେ ବକ୍ସ ଅଫିସରେ ୨୦୦ କୋଟି ଟଙ୍କା ଅତିକ୍ରମ କରିଛି । ମହାବତାର ନରସିମହା ୨୩ ଦିନ ପୂର୍ବରୁ ମୁକ୍ତିଲାଭ କରିଥିଲା ଏବଂ ଏପର୍ଯ୍ୟନ୍ତ ୨୦୨.୩୫ କୋଟି ଟଙ୍କା ରୋଜଗାର କରିଛି । ଏହି ଫିଲ୍ମଟି ଭଗବାନ ବିଷ୍ଣୁଙ୍କ ଅବତାର ଭଗବାନ ନରସିଂହଙ୍କ କାହାଣୀକୁ ଦର୍ଶାଉଛି ।

Comments are closed.