ଭୁବନେଶ୍ବର: ପୁଣି ଥରେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଡିହାଇଡ୍ରେସନ୍ ଯୋଗୁଁ ସେ ରବିବାର ସଂଧ୍ୟା ସମୟରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ଏହି ସମୟରେ ମେଡିକାଲ ବେଡ୍ ରୁ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏକ ବାର୍ତ୍ତା ଦେଇଛନ୍ତି । ନବୀନ କହିଛନ୍ତି ଯେ, ମୁଁ ଭଲ ଅଛି.. ।
ସୁସ୍ଥ ହେବା ପରେ ସେ ବେଡରେ ଥାଇ ଡାକ୍ତରଙ୍କ ସହ ଆଲୋଚନା କରିବା ସମୟରେ ଏହି ବାର୍ତ୍ତା ଦେଇଛନ୍ତି । ଏହି ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ନବୀନଙ୍କ ସମର୍ଥକ ଓ ପ୍ରଶଂସକଙ୍କ ମଧ୍ୟରେ ଖୁସିର ମହଲ ଦେଖାଯାଇଛି । ନବୀନ ଖୁବଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି ବୋଲି କହିଛି ବିଜେଡି ।
ନବୀନଙ୍କ ଅସୁସ୍ଥତା ଖବର ପାଇ ଡାକ୍ତରଖାନା ଯାଇ ବିଜେଡିର ବହୁ ନେତା ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଡାକ୍ତରଖାନା ଗସ୍ତ କରି ନବୀନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।
ଅନ୍ୟପଟେ, ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଦଳୀୟ ନେତା ଓ ବିଧାୟକ ମାନେ ମଧ୍ୟ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
Comments are closed.