Latest Odisha News

BREAKING NEWS

ପୁଟିନଙ୍କ ଉପରେ ଚାପ ପକାଇବା ପାଇଁ ଭାରତ ଉପରେ ଦାଉ ସାଧିଛି ଆମେରିକା, ନିଜେ ହ୍ବାଇଟ୍ ହାଉସ କଲା ବଡ ଖୁଲାସା….

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ଘନିଷ୍ଠତାକୁ ଦେଖି ଆମେରିକା ନିଜର ରଙ୍ଗ ବଦଳାଇବା ଆରମ୍ଭ କରିଛି। ଭାରତ ଉପରେ ଶୁଳ୍କ ବୃଦ୍ଧି ସମ୍ପର୍କରେ ହ୍ୱାଇଟ୍ ହାଉସ୍ ସ୍ପଷ୍ଟୀକରଣ ଦେଇଛି। ପ୍ରେସ ସଚିବ କାରୋଲିନ୍ ଲେଭିଟ୍ ମଙ୍ଗଳବାର କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ଭାରତ ଉପରେ ଅଧିକ ଶୁଳ୍କ ଲଗାଇଛନ୍ତି । ଟ୍ରମ୍ପ୍ ପ୍ରଥମେ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ ଏବଂ ରୁଷ ଠାରୁ ତେଲ କିଣିବା ଜାରି ରଖିବା ପାଇଁ ପରେ ଏହାକୁ ଅତିରିକ୍ତ ୨୫ ପ୍ରତିଶତ ସହିତ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ।

ଯାହାକୁ ନେଇ ପ୍ରଥମେ ରୁଷ ଠାରୁ ତେଲ କିଣିବାକୁ ମୁଖ୍ୟ କାରଣ ଦର୍ଶାଇଥିଲେ । ଯାହା ରୁଷ-ୟୁକ୍ରେନ ଯୁଦ୍ଧକୁ ପ୍ରୋତ୍ସାହନ କରୁଥିବା ଅଭିଯୋଗ କରିଥିଲେ ଟ୍ରମ୍ପ । ହେଲେ ଏବେ ଆମେରିକା ପ୍ରେସ ସଚିବ ବଡ ଖୁଲାସା କରିଛନ୍ତି । ଆମେରିକା କହୁଛି ଯେ ସେ ରୁଷ ଉପରେ ଚାପ ପକାଇବାକୁ ଚାହାଁନ୍ତି, ଯାହା ଦ୍ଵାରା ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ବନ୍ଦ ହୋଇପାରିବ। ସାମ୍ବାଦିକ ସମ୍ମିଳନୀ ସମୟରେ କାରୋଲିନ୍ ଲେଭିଟ୍ କହିଥିଲେ, ରାଷ୍ଟ୍ରପତି ଏହି ଯୁଦ୍ଧ ବନ୍ଦ କରିବା ପାଇଁ ବହୁତ ଚାପ ପକାଇଛନ୍ତି । ସେ ଏହି ସମ୍ପର୍କରେ ଅନେକ କଠୋର ପଦକ୍ଷେପ ନେଇଛନ୍ତି। ଯେପରି ଆପଣ ଦେଖିଛନ୍ତି, ଭାରତ ବିରୁଦ୍ଧରେ କିଛି ପଦକ୍ଷେପ ନିଆଯାଇଛି । ସେ(ଟ୍ରମ୍ପ) ନିଜେ ସ୍ପଷ୍ଟ କରିଛନ୍ତି ଯେ ସେ ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାହାଁନ୍ତି ।

ସମ୍ପ୍ରତି, ରାଷ୍ଟ୍ରପତି ଟ୍ରମ୍ପ୍ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ ସାକ୍ଷାତ କରିଥିଲେ। ସେହି ଦିନ, ଅନେକ ବଡ଼ ୟୁରୋପୀୟ ନେତା ମଧ୍ୟ ଟ୍ରମ୍ପଙ୍କୁ ଭେଟିଥିଲେ ଏବଂ ସେମାନେ ସମସ୍ତେ ଯୁଦ୍ଧ ବନ୍ଦ କରିବାକୁ ଚାହାଁନ୍ତି। ଏହି ପ୍ରସଙ୍ଗରେ, ହ୍ୱାଇଟ୍ ହାଉସ୍ କହିଛି, ରାଷ୍ଟ୍ରପତି ଯଥାଶୀଘ୍ର ଯୁଦ୍ଧ ଶେଷ କରିବାକୁ ଚାହାଁନ୍ତି। ନାଟୋ ସେକ୍ରେଟାରୀ ଜେନେରାଲ ସମେତ ସମସ୍ତ ୟୁରୋପୀୟ ନେତା ଯାଉଛନ୍ତି, ଏବଂ ସେମାନେ ସମସ୍ତେ ସହମତ ଯେ ଏହା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏକ ମହାନ ପଦକ୍ଷେପ।

ଜେଲେନ୍ସକିଙ୍କ ପରେ ଟ୍ରମ୍ପ୍ ଅନେକ ବଡ଼ ୟୁରୋପୀୟ ନେତାଙ୍କୁ ଭେଟିଥିଲେ। ସେ କହିଥିଲେ ଯେ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ। ଏହି ବିଷୟରେ ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ କହିଛନ୍ତି, ସମସ୍ତ ୟୁରୋପୀୟ ନେତା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ଜେଲେନ୍ସକିଙ୍କ ପୂର୍ବରୁ ଟ୍ରମ୍ପ୍ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ତା’ପରେ ସେ ଜେଲେନ୍ସକିଙ୍କୁ ଭେଟିଥିଲେ। ସୂଚନା ଅନୁଯାୟୀ, ଏବେ ଜେଲେନ୍ସକି ଏବଂ ପୁଟିନ ଖୁବ୍ ଶୀଘ୍ର ଟ୍ରମ୍ପଙ୍କ ଉପସ୍ଥିତିରେ ସାକ୍ଷାତ କରିପାରନ୍ତି।

Comments are closed.