Latest Odisha News

BREAKING NEWS

ଜଗତସିଂହପୁରରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ; ଯୁବକ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅଳାଭଳ ଗ୍ରାମରେ କୌଣସି କାରଣବଶତଃ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ପରେ ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ଆହତ ଯୁବକ ଜଣକ ବାଲିକୁଦା ବାଲିସାହି ଗ୍ରାମର ଦେବରାଜ ବିଶ୍ୱାଳ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ଅଳାଭଳ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣବଶତଃ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା ଫଳରେ ଗୁଳିମାଡରେ ଜଣେ ଯୁବକ ଆହତ ହୋଇଥିଲେ । ଏହାବ୍ୟତିତ ତାଙ୍କ ଜଂଘରେ ଗୁଳି ବାଜିବାରୁ ସେ ଗୁରୁତର ହୋଇଥିଲେ ।

ଖବର ପାଇ ବାଲିକୁଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଭାବେ ଆହତଙ୍କୁ ପ୍ରଥମେ ବାଲିକୁଦା ମେଡିକଲରେ ଭର୍ତି କରିଥିଲେ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ବାଲିକୁଦା ପୋଲିସ ଘଟଣାରେ ସମ୍ପୃକ୍ତି ନେଇ କିଛି ବ୍ୟକ୍ତିଙ୍କୁ ଅଟକ ରଖିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.