ଖୋର୍ଦ୍ଧା:ଭ୍ୟାନ୍ରେ ଚାଲାଣ ବେଳେ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ । ଗଜପତିରୁ ପୁରୀ ଚାଲାଣ ହେଉଥିବାବେଳେ ଏନ୍ଏଚ୍ ୧୬ ଚଣ୍ଡେଶ୍ବର ନିକଟରୁ ଧରିଲା ଅବକାରୀ ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୫ ଲକ୍ଷ ଟଙ୍କା ହେବ ।
ତେବେ ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଖୋର୍ଦ୍ଧା ଗୁଡୁମୁ ଗାଁର ପ୍ରିୟ ରଂଜନ ପଣ୍ଡା ବୋଲି ସୂଚନା ରହିଛି ।
ଖବରମୁତାବକ,ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ଚଣ୍ଡେଶ୍ୱର ନିକଟରେ ଚଢାଉ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ପିକ୍ଅପ୍ ଭ୍ୟାନ୍ରୁ ୧୦ କ୍ୱିଣ୍ଟାଲ ୫୦ କିଲୋ ଗଞ୍ଜେଇ ମିଳିଥିଲା ।
Comments are closed.