Latest Odisha News

Stray Dog Biting: ପାଗଳ କୁକୁର କାମୁଡ଼ାରେ ୧୨ ଜଣ ଆହତ, ଭୟରେ ସ୍ଥାନୀୟ ଲୋକେ

ଗଞ୍ଜାମ: ମାତିଛି ପାଗଳ କୁକୁର। କୁକୁର କାମୁଡ଼ାରେ ୧୨ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ପାଗଳ କୁକୁର ଆତଙ୍କ ଦେଖିବାକୁ ମିଳିଛି। ଧରାକୋଟ ବ୍ଲକର କୁସୁରାବ, ଲକ୍ଷ୍ମୀପୁର ଓ ବରୁଗୁଡ଼ା ଗାଁରେ ଗୋଡାଇ ଗୋଡାଇ କାମୁଡୁଛନ୍ତି ପାଗଳ କୁକୁର।

ଫଳରେ ଲୋକମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। କେବଳ ମଣିଷ ନୁହଁନ୍ତି ଗାଈ, ଛେଳି ଓ ଭଲ କୁକୁରଙ୍କୁ ବି କାମୁଡି ଘାଇଲା କରୁଛି ପାଗଳା କୁକୁର। କୁସୁରାବ ଗାଁର ଲୋକେ କୁକୁରଟିକୁ ବାଡେଇ ବାଡେଇ ମାରିଦେଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, କୁସୁରାବରେ ୭ ଜଣ, ବରୁଗୁଡ଼ାରେ ୪ ଜଣ ଏବଂ ଲକ୍ଷ୍ମୀପୁରରେ ଜଣେ ଆହତ ହୋଇଛନ୍ତି। ସମସ୍ତଙ୍କର କ୍ଷତ ଚିହ୍ନ ଅଛି। କୁକୁରଟି ପ୍ରଥମେ କୁସୁରାବାରେ ଆକ୍ରମଣ କରିଥିଲା ​​ଏବଂ ତା’ପରେ ପାଖ ଗାଁକୁ ଚାଲିଯାଇଥିଲା। ପୀଡିତମାନଙ୍କୁ ଆସ୍କା ହସ୍ପିଟାଲକୁ ପଠାଯାଇ ଆଣ୍ଟି-ରାବିଜ୍ ଇଞ୍ଜେକ୍ସନ ଦିଆଯାଇଛି। ଅଧିକ ବିପଦକୁ ଏଡାଇବା ପାଇଁ ପୋଲିସ ଏବଂ ପଶୁ ଚିକିତ୍ସକମାନେ କୁକୁରଟିକୁ ଖୋଜି ବାହାର କରିଛନ୍ତି।

Comments are closed.