କଟକ: ଦିନ କେଇଟା ପରେ ଆରମ୍ଭ ହୋଇଯିବ ପାର୍ବଣ ଋତୁ ଦଶହରା, ଗଣେଶ ପୂଜା, କାଳୀପୂଜା ଇତ୍ୟାଦି। ସାଜସଜ୍ଜା ପାଇଁ ସହରର ପୂଜା ମଣ୍ଡପମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିବ। ଆଉ ବିଶେଷ କରି ଦୁର୍ଗାପୂଜାରେ ତୋରଣ ମୁଖ୍ୟ ଆକର୍ଷଣ ପାଲଟିଥାଏ। ତେବେ ଏହାରି ଭିତରେ କଟକ ଦୁର୍ଗାପୂଜା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଛି।
ସୁଉଚ୍ଚ ତୋରଣ ଉପରେ ହାଇକୋର୍ଟ କଟକଣା ଲଗାଇଛନ୍ତି। ଇଲେକ୍ଟ୍ରି ଗେଟ ନିର୍ମାଣ ଉପରେ ବି କଟକଣା ଜାରି କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଟ ନିର୍ମାଣ ଅନୁମତି ନେବାକୁ କହିଲେ ହାଇକୋର୍ଟ। ସେହିପରି ୬୫ ଡେସିବଲ ସାଉଣ୍ଡ ମଧ୍ୟରେ ଡିଜେ ବଜାଇବା ପାଇଁ ଅନୁମତି ଦିଆଯାଇଛି।
ଅନ୍ୟପଟେ ଦଶହରା ପରେ ମୂର୍ତ୍ତି ବିସର୍ଜନ ପାଇଁ କଟକର ଦେବୀଗଡା ଏକ ସ୍ଵତନ୍ତ୍ରତା ବହନ କରିଥାଏ। ପ୍ରତ୍ୟେକ ବର୍ଷ ଦେବୀଗଡାରେ ଅସ୍ଥାୟୀ ଜଳାଶୟ ସୃଷ୍ଟି କରି ମୂର୍ତ୍ତି ବିସର୍ଜନ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏଠାରେ ଦୁଇଟି ସ୍ଥାୟୀ ଜଳାଶୟ ନିର୍ମାଣ କରାଯିବା ପାଇଁ ଯୋଜନା ରଖାଯାଇଛି। ଏହାସହିତ ଦେବୀଗଡ଼ାର ପରିମଳ, ଆଲୋକିକରଣ ପ୍ରଭୁତି ବ୍ୟବସ୍ତା ଗୁଡ଼ିକୁ ଭସାଣି ପୂର୍ବରୁ ପ୍ରସ୍ତୁତି କରିବା ପାଇଁ ଆଜି ସିଏମସିର ଏକ ଟିମ୍ ଦେବୀଗଡା ପରିଦର୍ଶନ କରିଛନ୍ତି। କଟକ ମହାନଗର ନିଗମର କମିଶନରଙ୍କ ସମେତ ମେୟର, କର୍ପୋରେଟର, ସ୍ବାସ୍ଥ୍ୟ କମିଟି ଅଧକ୍ଷା, ପୂଜା କମିଟି ସଦସ୍ୟ ପ୍ରଭୁତି ଦେବୀଗଡାର ସ୍ଥିତି ଅନୁଧ୍ୟାନ କରିଥିଲେ।
Comments are closed.