Latest Odisha News

BREAKING NEWS

Science Project: ରାଜ୍ୟର ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ହେବ ପ୍ରୋଜେକ୍ଟ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟର ପ୍ରତି ଜିଲ୍ଲାରେ ବିଜ୍ଞାନ କ୍ଷେତ୍ରରେ ହେବ ପ୍ରୋଜେକ୍ଟ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଲେ ସୂଚନା। ଏବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ଲାନେଟୋରିୟମ୍ କାମ ଚାଲିଛି। ଅନେକ ଜାଗାରେ କାମ ସରିଆସିଲାଣି, ଖୁବଶୀଘ୍ର ଉଦ୍‌ଘାଟନ ହେବ।

ସେହିପରି ପ୍ରତି ବର୍ଷ ୩୦ ଜଣ କୁନି ବୈଜ୍ଞାନିକଙ୍କୁ ଇସ୍ରୋ ପଠାଯାଉଛି। ସେମାନେ ସ୍ପେସ୍ ସେଣ୍ଟର ବୁଲି ଜ୍ଞାନ ଆହରଣ କରୁଛନ୍ତି। ଖୁବଶୀଘ୍ର ଭୁବନେଶ୍ୱର ପ୍ଲାନେଟୋରିୟମ୍ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ। ଅଧିକ ବୈଜ୍ଞାନିକ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ ଥିବା କହିଲେ କୃଷ୍ଣଚନ୍ଦ୍ର ପାତ୍ର।

ମନ୍ତ୍ରୀଙ୍କ କହିବା ମୁତାବକ, ସ୍ପେସ ସାଇନ୍ସ ବିକାଶ ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ଓ ବିକାଶ ପାଇଁ ଆଉ କ’ଣ ନିଷ୍ପତ୍ତି ନିଆଯିବ ସେ ନେଇ ଆଲୋଚନା ହେଉଛି । ଏ ପ୍ରସଙ୍ଗରେ ଆମେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ପଠାଣୀ ସାମନ୍ତ ପ୍ଲାନେଟରିୟମ ପୁନରୁଦ୍ଧାର ପାଇଁ ଏବେ ବଜେଟ ଆକଳନ କରାଯାଉଛି। ଏହା ସହ ଜିଲ୍ଲାସ୍ତରୀୟ ପ୍ଲାନେଟରିୟମ ପାଇଁ ଅନେକ ଜାଗାରେ କାମ ଚାଲିଛି । କିଛି ଜିଲ୍ଲାରେ ପ୍ଲାନେଟରିୟମ ନିର୍ମାଣ କାମ ଶେଷ ହୋଇସାରିଥିବା ବେଳେ ଉଦଘାଟନ ଅପେକ୍ଷାରେ ରହିଛି। ଖୁବଶୀଘ୍ର ସେଗୁଡ଼ିକର ଉଦଘାଟନ କରାଯାଇ କାର୍ଯ୍ୟକ୍ଷମ କରାଯିବ।

Comments are closed.