ଲକ୍ଷ୍ନୌ: ୟୁପି ଟି୨୦ଲିଗ ଏବେ ବେଶ ଲୋକପ୍ରିୟତା ହାସଲ କରିଛି । ଅନେକ ବଡ ଏବଂ ପ୍ରତିଭାବାନ ଖେଳାଳି ଏଥିରେ ଦକ୍ଷତା ଦେଖାଇବା ସୁଯୋଗ ପାଇଛନ୍ତି । ସବୁଠାରୁ ମଜାର କଥା ଦୁଇ ଯମଜ ଭ୍ରାତା ଅଜୟ କୁମାର ଓ ବିଜୟ କୁମାର ୨ଟି ଟିମ ପକ୍ଷରୁ ଖେଳୁଛନ୍ତି । ଉଭୟ ଦେଖିବାକୁ ପ୍ରାୟତଃ ଏକା ପରି । ଅଜୟ କୁମାର ନୋଏଡା କିଙ୍ଗସ ପକ୍ଷରୁ ଏବଂ ବିଜୟ ମେରଠ ମାଭେରିକ୍ସ ପକ୍ଷରୁ ଖେଳୁଛନ୍ତି । କୋଚ, ଖେଳାଳି ଏବଂ ଦର୍ଶକଙ୍କ ପକ୍ଷେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଛି । ଅଭ୍ୟାସ କିମ୍ବା ମ୍ୟାଚ ସମୟରେ ସେମାନଙ୍କୁ ଚିହ୍ନିବା ପାଇଁ କୋଚ ଉଭୟଙ୍କ ହାତରେ ଅଲଗା ଅଲଗା ରିବନ ବାନ୍ଧିଛନ୍ତି ।
ଏହା ବ୍ୟତୀତ ଟିମ ଜର୍ସି ଯୋଗୁ ସେମାନଙ୍କୁ ଚିହ୍ନଟ କରି ହେଉଛି । ଉଭୟଙ୍କ ବୟସ ୧୯ ବର୍ଷ । ବିଜୟ କୁମାର ଗତ ବର୍ଷ ୟୁପି ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଛନ୍ତି । ସେ ୩ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୬ଟି ୱିକେଟ ନେଇଥିବା ବେଳେ ୧୭ ରନ କରିଥିଲେ । ଉଭୟ ଭଲ ଖେଳାଳି ହୋଇଥିବାରୁ ଆଗାମୀ ଦିନରେ ନିଶ୍ଚିତ ଭାବେ ଆହୁରି ଉନ୍ନତି କରିବେ ବୋଲି ସେମାନଙ୍କ କୋଚ କହିଛନ୍ତି ।
Comments are closed.