Latest Odisha News

BREAKING NEWS

Spiny gourd benefits:’କାଙ୍କଡ’ଖାଆନ୍ତୁ..ନିୟନ୍ତ୍ରଣରେ ରହିବ ରକ୍ତଚାପ !

ଭୁବନେଶ୍ବର: କାଙ୍କଡ ଖାଇବାକୁ ସ୍ବାଦିଷ୍ଟ ସହିତ ପୁଷ୍ଟିକର । କାଙ୍କଡ଼ରେ ପ୍ରୋଟିନ, ସୁସ୍ଥ ଚର୍ବି, ଫାଇବର, କାର୍ବୋହାଇଡ୍ରେଟ୍, ପୋଟାସିୟମ, ସୋଡିୟମ, କ୍ୟାଲସିୟମ ଭଳି ଅନେକ ପୋଷକତତ୍ତ୍ବ ରହିଛି । ଜାଣି ରଖନ୍ତୁ ଯେଉଁମାନେ ନନଭେଜ୍ ଖାଦ୍ୟ ଖାଆନ୍ତି ନାହିଁ, ସେମାନଙ୍କ ପାଇଁ କାଙ୍କଡ ପ୍ରୋଟିନର ଅଭାବ ପୂରଣ କରିବାରେ ସହାୟକ ହୋଇଥାଏ ।

ନିୟମିତ ଭାବରେ କାଙ୍କଡ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଥାଏ । ଏହା ପେଟକୁ ସଫା ରଖିବାରେ ସାହାଯ୍ୟ କରେ । କୋଷ୍ଠକାଠିନ୍ୟ ଏବଂ ପାଚନ ସମସ୍ୟାରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ ।

ବିଟା କ୍ୟାରୋଟିନ, ଲ୍ୟୁଟିନ ଏବଂ ଜିଆକ୍ସାନ୍ଥିନ ପରି ବିଭିନ୍ନ ଫ୍ଲାଭୋନଏଡ୍ ପ୍ରଚୁର ପରିମାଣରେ କାଙ୍କଡରେ ଥାଏ । ଏହା ତ୍ୱଚାକୁ ସୁସ୍ଥ ରଖିବାରେ ଓ ତ୍ୱଚାକୁ ଦୀର୍ଘ ସମୟ ପାଇଁ ୟଙ୍ଗ ରଖିବାରେ ସାହାଯ୍ୟ କରେ।

ଏଥିସହ କାଙ୍କଡ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଯାହା ଯୋଗୁଁ ମଧୁମେହ ହେବାର ଆଶଙ୍କା ହ୍ରାସ ପାଏ। କାଙ୍କଡରେ ଥିବା ପୋଟାସିୟମ୍ ଏବଂ ଲୌହ ଶରୀରରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିବାରେ ସାହାଯ୍ୟ କରେ। ହିମୋଗ୍ଲୋବିନ୍ ସ୍ତରକୁ ମଧ୍ୟ ବୃଦ୍ଧି କରେ।

କାଙ୍କଡରେ ଥିବା ଭିଟାମିନ୍ ସି ଏବଂ କ୍ୟାରୋଟିନୋଏଡ୍ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରେ। ଆହୁରି ମଧ୍ୟ କାଙ୍କଡରେ ଲ୍ୟୁଟିନ୍ ପ୍ରଚୁର ପରିମାଣରେ ମିଳିଥାଏ। ଯାହା କର୍କଟ ରୋଗ ଆଶଙ୍କାକୁ କମ୍ କରେ ।

ଯେଉଁମାନେ ମେଦ ବହୁଳତାରେ ପୀଡିତ, ସେମାନେ କାଙ୍କଡ ଖାଇ ଓଜନ ହ୍ରାସ କରିପାରିବେ । ଏଥିରେ ଥିବା ଫାଇବର ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖିବାରେ ସାହାଯ୍ୟ କରେ ।

Comments are closed.