Latest Odisha News

BREAKING NEWS

ଚିଲିକା ହ୍ରଦରେ ଜାରି ରହିଛି ପକ୍ଷୀ ଗଣନା

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନା ରବିବାର ଦିନଠାରୁ ଆରମ୍ଭ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ବାଲୁଗାଁ ବନଖଣ୍ଡ ଅଞ୍ଚଳର ୫ଟି ରେଞ୍ଜରେ ଏହି ଗଣନା ହେଉଛି । ଏଥିସହିତ ଏହି ପକ୍ଷୀ ଗଣନାରେ ୨୧ଟି ଟିମ୍ ସାମିଲ ହୋଇଥିଲା ବେଳେ ଶୁକ୍ରବାର ଦିନ ୱାଇଲ୍ଡ୍ ଲାଇଫ୍ ଚିଲିକାର ୫ଟି ଡିଭିଜନରେ ୧୦୦ ଜଣ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଗତବର୍ଷ ଏହି ପକ୍ଷୀ ସଂଖ୍ୟା ୮ ଲକ୍ଷ ୯୩ ହଜାର ୩୯୦ ରହିଥିଲା ।

 

ଉଲ୍ଲେଖଯୋଗ୍ୟ, ଚିଲିକାକୁ ସାଧାରଣତଃ ନାଇଜେରିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ପାଖାପାଖି ୨୨ଟି ଦେଶରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ ।

Leave A Reply

Your email address will not be published.