ନୂଆପଡା: ଚୋରାରେ ବାଘ ଛାଲ ବେପାର। ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ବନବିଭାଗ। ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଚଟିଆଗୁଡା ନିକଟରେ ବାଘ ଛାଲ ଜବତ କରିଛି ବନବିଭାଗ।
ସୂଚନା ଅନୁସାରେ ଜଣେ ବ୍ୟକ୍ତି ବାଘ ଛାଲ ଚୋରାଚାଲାଣ କରୁଥିଲା ବୋଲି ବନ ବିଭାଗ ଖବର ପାଇଥିଲା। ଏହା ପରେ ଡିଏଫଓ ଅଜିଜ ଖାନଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ ମହମ୍ମଦ ମୁସ୍ତଫା ସାଲିହାଙ୍କ ନେତୃତ୍ୱରେ ଟିମ ଅଚାନକ ଚଢାଉ କରିଥିଲା। ଆଉ ଘଟଣାରେ ବନମାଳୀ ବାଗ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବାଘ ଛାଲ ଜବତ କରାଯାଇଛି। ବନମାଳୀ ବାଘ ଛାଲକୁ ସ୍କୁଟିରେ ରଖିଥିଲେ। ବନ ବିଭାଗ ଉକ୍ତ ବାଘଛାଲକୁ ଜବତ କରି ତାଙ୍କୁ କୋର୍ଟ ଚାଲାଣ କରିଛି।
ଦୀର୍ଘଦିନ ହେଲା ବନମାଳୀଙ୍କ ପରି ବହୁ ମାଫିଆ ବାଘ ଛାଲ ଅନ୍ୟ ଆଡେ ଚାଲାଣ କରୁଛନ୍ତି। ଆଉ ଏହି ଘଟଣାରେ ବନବିଭାଗ ଖବର ପାଇବା ପରେ ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।
Comments are closed.