ନୂଆଦିଲ୍ଲୀ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତର ପିଭି ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ବିଶ୍ୱର ୨ ନମ୍ବର ଖେଳାଳି ଚୀନର ୱାଗ ଜିଙ୍କୁ ୨୧-୧୯ ଓ ୨୧-୧୫ରେ ପରାସ୍ତ କରିଥିଲେ । ଏହି ବିଜୟ ସହ ସିନ୍ଧୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ବିଶ୍ୱ ଚାମ୍ପିୟନଶିପରେ ସିନ୍ଧୁ ତାଙ୍କ ବିରୋଧରେ ଖେଳିଥିବା ସମସ୍ତ ୮ଟି ମୁକାବିଲାରେ ବିଜୟ ହାସଲ କରିଛନ୍ତି । ପ୍ରଥମ ସେଟରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଥିଲେ ମଧ୍ୟ ସିନ୍ଧୁ ବାଜି ମାରିଥିଲେ । ଦ୍ୱିତୀୟ ସେଟରେ ମଧ୍ୟ ଚୀନର ଷ୍ଟାର ଖେଳାଳି ମ୍ୟାଚକୁ ପ୍ରତ୍ୟାବର୍ତନ କରିପାରି ନ ଥିଲେ ।
ଭାରତର ୨ ଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ କ୍ୱାର୍ଟର ଫାଇନାଲରେ ଇଣ୍ଡୋନେସିଆର ପୁତ୍ରୀ କୁସୁମା ବର୍ଦ୍ଦାନୀଙ୍କ ବିପକ୍ଷରେ ମ୍ୟାଚ ଖେଳିବେ । ଏହି ବିଜୟ ତାଙ୍କୁ ସେମିଫାଇନାଲରେ ପ୍ରବେଶ କରାଇବ । ସୁଦୀରମନ କପରେ ସିନ୍ଧୁଙ୍କୁ ୨୧-୧୨, ୨୧-୧୩ରେ ପୁତ୍ରୀ ହରାଇଥିଲେ । ଏବେ ଏହାର ମଧୂର ପ୍ରତିଶୋଧ ନେବା ପାଇଁ ସିନ୍ଧୁଙ୍କ ନିକଟରେ ସୁଯୋଗ ରହିଛି । କିଛି ଦିନ ହେବ ଖରାପ ଫର୍ମରେ ଥିବା ସିନ୍ଧୁ ଏଥର କିନ୍ତୁ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି ।
Comments are closed.