ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନ ଭିନ୍ନ ଜଙ୍ଗଲରୁ ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଏସଟିଏଫ୍, ଡିଆରଜି ଏବଂ ସିଆରପିଏଫ୍ ଜବାନଙ୍କ ପକ୍ଷରୁସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଏହି ୧୬ ଜଣ ହାର୍ଡକୋର ମାଓବାଦୀମାନେ ଗିରଫ ହୋଇଛନ୍ତି ।
ତେବେ ଗିରଫ ମାଓବାଦୀମାନେ ବିଭିନ୍ନ ମାଓ ସଂଗଠନ ସହିତ ଜଡିତ ରହି ଅନେକ ହିଂସାକାଣ୍ଡରେ ସାମିଲ ଥିଲେ । ଗିରଫ ପରେ ସେମାନଙ୍କ ନିକଟରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯାହା ମଧ୍ୟରେ ଆଇଇଡି, ପ୍ରେସର କୁକର ବୋମା, ଟିଫିନ ବୋମା, କୋଡେକ୍ସ ତାର ଓ ଜିଲୋଟିନ ଷ୍ଟିକ୍ ରହିଛି ।
ଗିରଫ ପରେ ସମସ୍ତ ମାଓବାଦୀଙ୍କ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ବିଜାପୁର ଏସ୍ପି କହିଛନ୍ତି । ଏବେ ବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଲକାନଗିରି ସୀମାନ୍ତ ଛତିଶଗଡର ଗାଙ୍ଗାଲୁର, ବାସାଗୁଡ଼ା, ଜାଙ୍ଗଲାରେ ସର୍ଚ୍ଚ ଅପରେସନ ଚାଲିଛି ।
Comments are closed.