Latest Odisha News

BREAKING NEWS

ମଦ ନପିଇବାରୁ ନାବାଳକକୁ ନିସ୍ତୁକ ମାଡ଼

ଜଗତସିଂହପୁର: କୁଜଙ୍ଗ ଥାନା ବନାପାଟ ଗାଁରେ ଅଭାବନୀୟ ଘଟଣା। ମଦ ନପିଇବାରୁ ନାବାଳକକୁ ନିସ୍ତୁକ ମାଡ଼। ମଙ୍ଗଳବାର ରାତିରେ ଜଣେ ନାବାଳକକୁ କିଛି ଯୁବକ ବଳପୂର୍ବକ ମଦ ପିଆଇ ମାଡ଼ ମାରିଥିଲେ। ଏହି ଘଟଣା ପ୍ରଘଟ ପରେ ନାବାଳକର ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ବୁଧବାର ଏହି ମାମଲାରେ ସମ୍ପୃକ୍ତି ନେଇ କୁଜଙ୍ଗ ପୋଲିସ ମନୋରଞ୍ଜନ ସାମନ୍ତରାୟକୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅଭିଯୁକ୍ତ ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି। ସୂଚନା ମୁତାବକ, ବନାପାଟ ଗ୍ରାମର ଜଣେ ନାବାଳକକୁ କଙ୍କରଡିଆ ଗ୍ରାମର ମନୋରଞ୍ଜନ ସାମନ୍ତରାୟ ଏବଂ ସୁଶାନ୍ତ ଦାସ ଘରୁ ଡାକିନେଇ ଏକ ନିରୋଳା ଘରେ ନଜରବନ୍ଦୀ କରି ରଖିଥିଲେ। ଏହା ସହିତ ତାଙ୍କୁ ମଦ ପିଇବାକୁ ବାଧ୍ୟ କରିଥିଲେ।

ମାତ୍ର ନାବାଳକ ଜଣଙ୍କ ଅରାଜି ହେବାରୁ ସେମାନେ ଏକ ଠେଙ୍ଗାରେ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିଲେ । ଏହାର ଭିଡିଓ ମଧ୍ୟ ​​ଉତ୍ତୋଳନ କରି ସୋସିଆଲ ମିଡି ଭାଇରାଲ୍ କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ନାବାଳକର ବାପା ଜଗବନ୍ଧୁ ସ୍ୱାଇଁ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ । ଏ ସମ୍ପର୍କରେ ଥାନା ଅଧିକାରୀ ବଂଶୀଧର ପ୍ରଧାନଙ୍କୁ ପଚାରିବାରୁ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି ଓ ଜଣେ ଅଟକ ଥିବା କହିଛନ୍ତି।

Comments are closed.