Latest Odisha News

BREAKING NEWS

Ofek-19 Spy Satellite: ଇସ୍ରାଏଲ ଲଞ୍ଚ କଲା ଗୁଇନ୍ଦା ସାଟେଲାଇଟ୍, ୨୪ ଘଣ୍ଟା ଶତ୍ରୁ ଉପରେ ରଖିବ ନଜର

ନୂଆଦିଲ୍ଲୀ: ଇସ୍ରାଏଲ ଲଞ୍ଚ କଲା ଗୁଇନ୍ଦା ସାଟେଲାଇଟ୍। ‘ଅଫେକ ୧୯’କୁ ମଙ୍ଗଳବାର ବିଳମ୍ବିତ ରାତିରେ ମହାକାଶକୁ ସଫଳତାର ସହ ଲଞ୍ଚ କରିଛି ଇସ୍ରାଏଲ। ସୂଚନା ଅନୁସାରେ, ଏହି ସାଟେଲାଇଟ୍‌ ଯୋଜନା ଅନୁସାରେ କାମ କରୁଛି। ଏହା ସହାୟତାରେ ଇସ୍ରାଏଲ ଶତ୍ରୁ ଉପରେ ନଜର ରଖିପାରିବ ଓ ପ୍ରତି ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିବ।

ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ବୁଧବାର କହିଛନ୍ତି, ଇସ୍ରାଏଲ ପକ୍ଷରୁ ଅର୍ବିଟରେ ଲଞ୍ଚ କରାଯାଇଛି। ଗୁଇନ୍ଦା ସାଟେଲାଇଟ୍‌ ଏହାର ଶତ୍ରୁଙ୍କ ପାଇଁ ଏକ ଖାସ୍ ‘ବାର୍ତ୍ତା’ ଦେଇଛି। ପ୍ରତିରକ୍ଷାମନ୍ତ୍ରୀ ଇସ୍ରାଏଲ କାଟଜ୍ ଏକ୍ସରେ ଲେଖିଛନ୍ତି, କାଲି ଅଫେକ୍‌ ୧୯ ଉପଗ୍ରହର ଉତ୍‌କ୍ଷେପଣ ସର୍ବୋଚ୍ଚ ବିଶ୍ବସ୍ତରୀୟ ସଫଳତା। କିଛି ଦେଶ ନିକଟରେ ଏହି କ୍ଷମତା ରହିଛି। ଏହା ଆମର ସବୁ ଶତ୍ରୁଙ୍କ ପାଇଁ ଏକ ବଡ଼ ବାର୍ତ୍ତା। ସେମାନେ ଯେ କେହି ବି ହୋଇଥାନ୍ତୁ, ଆମେ ପ୍ରତି ସମୟ ଓ ପ୍ରତି ସ୍ଥିତି ଉପରେ ନଜର ରଖିଛୁ।’

ଏହି ସାଟେଲାଇଟ୍ ଇସ୍ରାଏଲ ଓ ଇରାନ ଭିତରେ ୧୨ ଦିନ ଧରି ଚାଲିଥିବା ଯୁଦ୍ଧକୁ ୨ ମାସ ପରେ ଲଞ୍ଚ କରାଯାଇଛି। ଏହି ସମୟରେ ଇସ୍ରାଏଲ ୧୦୦୦ କିଲୋମିଟରରୁ ଅଧିକ ଦୂରରୁ ଇରାନର ପରମାଣୁ ୟୁନିଟ୍ ଉପରେ ଆକ୍ରମଣ କରିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁସନ୍ଧାନ ଏବଂ ବିକାଶ ନିର୍ଦ୍ଦେଶାଳୟର ମୁଖ୍ୟ ଡାନିୟଲ ଗୋଲ୍ଡଙ୍କ କହିବା ଅନୁସାରେ, ଆକ୍ରମଣକୁ ନିର୍ଦ୍ଦେଶିତ କରିବା ପାଇଁ ଇରାନ କ୍ଷେତ୍ରକୁ ୧୨,୦୦୦ରୁ ଅଧିକ ଉପଗ୍ରହ ଫଟୋ ଏକତ୍ର କରାଯାଇଥିଲା।

Comments are closed.