ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା ଆସୁଥିବାରୁ ଜନସାଧାରଣଙ୍କ ଯାତାୟାତକୁ ନଜରରେ ରଖି ଓଡ଼ିଶା ସରକାର ସହରର ପ୍ରମୁଖ ରାସ୍ତାଗୁଡ଼ିକର ମରାମତି କାର୍ଯ୍ୟ ସେପ୍ଟେମ୍ବର ୨୦ ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହାକୁ ନେଇ ସେପ୍ଟେମ୍ବର ୬ ତାରିଖରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ ବୁଧବାର ଦିନ ସୂଚନା ଦେଇଛନ୍ତି। ଏହି ବୈଠକରେ ଭୁବନେଶ୍ୱର ଏବଂ କଟକର ବିଧାୟକ, ମେୟର, କମିଶନର ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବା ନେଇ ସୂଚନା ମିଳିଛି। ଦୁର୍ଗାପୂଜା ଏବଂ ଲକ୍ଷ୍ମୀପୂଜା ସମୟରେ ଅଧିକ ଲୋକଙ୍କ ଗମନାଗମନ ହେଉଥିବା ସହରାଞ୍ଚଳର ପ୍ରମୁଖ ରାସ୍ତା ଏବଂ ଜଙ୍କସନ ଗୁଡ଼ିକରେ ମରାମତି କାର୍ଯ୍ୟଗୁଡ଼ିକୁ ସେପ୍ଟେମ୍ବର ୩୦ ସୁଦ୍ଧା ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହିତ ଭାଙ୍ଗି ଯାଇଥିବା ରାସ୍ତା ଗୁଡ଼ିକର ମରାମତି, ଜଳବନ୍ଦୀ ସମସ୍ୟା ସମାଧାନ ଏବଂ ଅଧିକ ଟ୍ରାଫିକ୍ କରିଡରକୁ ଉନ୍ନତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଏହି ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବା ପାଇଁ ଠିକାଦାର ଏବଂ ସହରାଞ୍ଚଳ ସଂସ୍ଥାଗୁଡ଼ିକ ସହିତ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଇଛି।
Comments are closed.