Latest Odisha News

ଜିଏସଟିରେ ସଂସ୍କରଣ : ସ୍ଲାବ ତିନିରୁ ଦୁଇକୁ ହ୍ରାସ, ଜାଣନ୍ତୁ କେଉଁ ଜିିନିଷ ଉପରେ କେତେ ଲାଗିବ ଜିଏସଟି

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଏସଟି ସ୍ଲାବକୁ ତିନିରୁ ହ୍ରାସ କରି ଦୁଇଟି କରାଯାଇଛି। ଏବେ କେବଳ ୫% ଏବଂ ୧୮% ସ୍ଲାବ ରହିବ। ୨୮% ସ୍ଲାବକୁ ପୂରାପୂରି ହଟାଇ ଦିଆଯାଇଛି। ଏହା ସହିତ ବିଲାସପୂର୍ଣ୍ଣ ଓ କ୍ଷତିକାରକ ଜିନିଷ ପାଇଁ ଏକ ସ୍ୱତନ୍ତ୍ର ୪୦% ସ୍ଲାବ ରଖାଯାଇଛି। ଏହି ନୂଆ ହାର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ଏହି ସୁଧାର ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି କରାଯାଇଛି। ଦୈନନ୍ଦିନ ବ୍ୟବହାରର ଜିନିଷ ଉପରେ ଲାଗୁ ହେଉଥିବା ଟିକସର ସମୀକ୍ଷା କରାଯାଇଛି। ଅଧିକାଂଶ ଜିନିଷରେ ଟିକସ ହାର ବହୁତ କମିଛି।”

ପ୍ରାୟ ୧୭୫ଟି ଜନସାଧାରଣଙ୍କ ଦୈନନ୍ଦିନ ବ୍ୟବହାରର ଜିନିଷ ଶସ୍ତା ହେବ। ଏହା ମଧ୍ୟରେ କ୍ଷୀର, ପନୀର, ଲୁଣି ଖାଦ୍ୟ ଓ ରୁଟି ଆଦି ରହିଛି। ବର୍ତ୍ତମାନ ୧୨% ଟିକସ ଲାଗୁଥିବା ପ୍ରାୟ ୯୯% ଜିନିଷ ଏବେ ୫% ସ୍ଲାବକୁ ଆସିବ। ସେହିପରି ୨୮% ଟିକସ ଥିବା ପ୍ରାୟ ୯୦% ଜିନିଷ ୧୮% ସ୍ଲାବକୁ ସ୍ଥାନାନ୍ତରିତ ହେବ। ସେହିପରି ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଏବେ ଜିଏସଟି ମୁକ୍ତ ରହିଛି।

ସିନ ଟ୍ୟାକ୍ସ

୪୦% ହାରର ‘ସିନ ଟ୍ୟାକ୍ସ’ ପାନ ମସଲା, ତମାଖୁ ଓ ଅନ୍ୟାନ୍ୟ କ୍ଷତିକାରକ ଜିନିଷ ଉପରେ ଲାଗୁ ହେବ। ଏହା ପ୍ରାୟ ଏକ ଡଜନ ବିଲାସପୂର୍ଣ୍ଣ ଓ କ୍ଷତିକାରକ ଜିନିଷକୁ ପ୍ରଭାବିତ କରିବ।

କେଉଁ ଜିନିଷରେ ଟିକସ କମିଲା?

ଅନେକ ଦୈନନ୍ଦିନ ବ୍ୟବହାରର ଜିନିଷରେ ଜିଏସଟିକୁ ୫%କୁ ହ୍ରାସ କରାଯାଇଛି। ଏହା ମଧ୍ୟରେ ରହିଛି:

  • ମୁଣ୍ଡ ତେଲ

  • ସାବୁନ

  • ଶାମ୍ପୁ

  • ଟୁଥବ୍ରସ ଓ ଟୁଥପେଷ୍ଟ

  • ସାଇକେଲ

  • ରୋଷେଇ ଓ ଟେବୁଲ ଜିନିଷ

  • ଲୁଣି ତଥା ଚଟପଟି ଖାଦ୍ୟ, ଭୁଜିଆ

  • ସସ୍‌, ପାସ୍ତା

  • ଚକୋଲେଟ ଓ କଫି

କେଉଁ ଜିନିଷ ଶସ୍ତା ହେଲା?

ଅନେକ ଦୈନନ୍ଦିନ ବ୍ୟବହାରର ଜିନିଷରେ ଜିଏସଟି ହାର କମିଛି। ନିମ୍ନରେ କେତେକ ଜିନିଷର ତାଲିକା ଦିଆଯାଇଛି:

  • ଦୁଧ, ରୁଟି, ପନୀର, ଘିଅ: ୫%

  • ବିସ୍କୁଟ, ସସ୍‌, ପାସ୍ତା: ୫%

  • ଶୁଖିଲା ଫଳ, ପିଜା ରୁଟି: ୫%

  • ଅକ୍ସିଜେନ, ଗ୍ଲୁକୋମିଟର, କିଟ୍‌: ଶୂନ୍ୟ%

  • ଗୁରୁତ୍ୱପୂର୍ଣ୍ଣ ଔଷଧ, ବ୍ୟାଣ୍ଡେଜ୍‌: ୫%

  • ସାବୁନ, ଶାମ୍ପୁ, ଟୁଥପେଷ୍ଟ: ୫%

  • ମହମବତୀ, ଖେଳଣା, ଆସବାବପତ୍ର: ୫%

  • ସୌର ଓ ପବନ ଉପକରଣ: ୫%

  • ବାୟୋଗ୍ୟାସ ଉପକରଣ: ୫%

  • ଛୋଟ କାର, ବାଇକ୍‌: ୧୮%

  • ଦାମୀ କାର, ବଡ଼ ଏସୟୁଭି: ୪୦%

  • ସିଗାରେଟ, ତମାଖୁ, ଗୁଟଖା: ୪୦%

ଅନ୍ୟାନ୍ୟ ପରିବର୍ତ୍ତନ

ବସ୍ତ୍ର, ଟିଭି, ଓ ସିମେଣ୍ଟ ଆଦି ଜିନିଷରେ ଜିଏସଟି ହାରକୁ ୫% କିମ୍ବା ୧୮% ମଧ୍ୟରେ ନିର୍ଦ୍ଧାରଣ କରାଯାଇଛି। ଏହା ଜିନିଷର ଶ୍ରେଣୀ ଉପରେ ନିର୍ଭର କରୁଛି।

ସାଧାରଣ ଲୋକଙ୍କ ପାଇଁ ଲାଭ

ଏହି ନୂଆ ଜିଏସଟି ହାର ସାଧାରଣ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚକୁ ହାଲୁକା କରିବ। ଆବଶ୍ୟକୀୟ ଜିନିଷ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉତ୍ପାଦରେ ଟିକସ କମିବା ଦ୍ୱାରା ଲୋକଙ୍କୁ ଆର୍ଥିକ ସହାୟତା ମିଳିବ।

କାହାକୁ ଲାଭ ମିଳିବ?

ଅର୍ଥମନ୍ତ୍ରୀ କହିଛନ୍ତି, ଏହି ନିଷ୍ପତ୍ତି କୃଷକ ଓ କୃଷି ସେକ୍ଟରକୁ ଲାଭ ଦେବ। ସାଧାରଣ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ମଧ୍ୟ କମିବ। ଏହା ସହିତ କ୍ଷତିପୂର୍ଣ ଉପକର ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ଚାଲିଛି। ଏହି ନୂଆ ଜିଏସଟି ହାର ସାଧାରଣ ଲୋକଙ୍କ ପାଇଁ ଆର୍ଥିକ ଭାବେ ହାଲୁକା ହେବ ବୋଲି ଆଶା କରାଯାଉଛି।

Comments are closed.