Latest Odisha News

BREAKING NEWS

Dura Puja: ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ଅନୁମତି

କଟକ: ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି। କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ଦିଆଗଲା ଅନୁମତି। ରାଣୀହାଟ, ଚାନ୍ଦିନୀଚୌକ, ବାଦାମବାଡ଼ି ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ। ସେହିପରି ଖାନ୍‌ନଗର, ମାଲଗୋଦାମ, ଶିଖରପୁର ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ଦୁଇଟି ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ ହାଇକୋର୍ଟ।

ସୂଚନା ଅନୁସାରେ ରାସ୍ତା ଉପରେ ତୋରଣ ନିର୍ମାଣ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ। ତେବେ ଅନୁମତି ନେଇ ନିର୍ମାଣ କରିହେବ ତୋରଣ ବୋଲି ପୁଣି କହିଛନ୍ତି ଓଡିଶା ହାଇକୋର୍ଟ। କଟକ ସହର ସମସ୍ୟା ଶୁଣାଣି ସମୟରେ ଏହି ଅନୁମତି ଦେଇଛନ୍ତି ହାଇକୋର୍ଟ।

ପ୍ରକାଶ ଯେ ଦୁର୍ଗାପୂଜା ପାଇଁ କଟକ ସହର ପ୍ରସିଦ୍ଧ ଓ ସର୍ବ ପୁରାତନ। ଏଠାରେ ମା’ଙ୍କ ପୂଜା ବହୁ ଆଡମ୍ବରରେ ହୋଇଥାଏ। ଏଠାକାର ସୁ-ଉଚ୍ଚ ତୋରଣ ଓଡ଼ିଶା ପ୍ରସିଦ୍ଧ। ତେବେ ନିକଟରେ ଏହି ତୋରଣ ନିର୍ମାଣ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ। ଯାହାକୁ ନେଇ କଟକବାସୀ ଓ ପୂଜା କମିଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ଓଡିଶା ହାଇକୋର୍ଟଙ୍କ ସୁ-ଉଚ୍ଚ ତୋରଣ ନେଇ ଏହି ନିଷ୍ପତ୍ତି ପରେ ସହରବାସୀ ଓ ପୂଜା କମିଟିମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

Comments are closed.