ନୂଆଦିଲ୍ଲୀ: ଭାରତର ଲେଗ ସ୍ପିନର ଅମିତ ମିଶ୍ର ଗୁରୁବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୧୭ରେ ସେ ଇଂଲଣ୍ଡ ବିପକ୍ଷରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୪୨ ବର୍ଷୀୟ ଅମିତ ୨୦୦୩ରେ ବାଂଲାଦେଶ ବିପକ୍ଷରେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୨୨ ଟେଷ୍ଟ, ୩୬ ଦିନିକିଆ ଓ ୧୦ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଆଇପିଏଲରେ ଏକମାତ୍ର ଭାରାତୀୟ ଭାବେ ୩ ଥର ହ୍ୟାଟ୍ରିକ ୱିକେଟ ନେଇଛନ୍ତି । କ୍ରିକେଟରେ ମୋର ୨୫ ବର୍ଷର କ୍ୟାରିୟର ସର୍ବଦା ସ୍ମରଣୀୟ ହୋଇ ରହିବ । ବିସିସିଆଇ, ହରିୟାଣା କ୍ରିକେଟ ଆସୋସଏଶନ, ସହଯୋଗୀ ଅଧିକାରୀ, ପରିବାର, ପ୍ରଶଂସକ ଓ ବନ୍ଧୁମାନଙ୍କ ସହଯୋଗଙ୍କୁ ଭୁଲିପାରିବେ ନାହିଁ ବୋଲି ଅମିତ କହିଛନ୍ତି ।
ଆଇପିଏଲ ୨୦୨୪ରେ ସେ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷରେ ଶେଷ ଥର ଖେଳିଥିଲେ । ଅମିତ ୧୬୨ ମ୍ୟାଚରେ ୧୭୪ ୱିକେଟ ଅକ୍ତିଆର କରିଛନ୍ତି । ୨୦୦୮ରେ ଦିଲ୍ଲୀ କ୍ୟାପିଟାଲ୍ସ, ୨୦୧୧ରେ କିଙ୍ଗସ ଇଲେଭେନ ପଞ୍ଜାବ ଓ ୨୦୧୩ରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳି ହ୍ୟାଟ୍ରିକ ୱିକେଟ ନେଇଥିଲେ । କ୍ରିକେଟ ସହିତ ମୁଁ ଆଗକୁ ଜଡିତ ହୋଇ ରହିବି ବୋଲି ସେ କହିଛନ୍ତି । ତେବେ ସେ ତାଙ୍କ ଦ୍ୱିତୀୟ ଇନିଂସରେ କଣ କରିବେ ତାହା ସ୍ପଷ୍ଟ କରି ନାହାନ୍ତି ।
Comments are closed.