Latest Odisha News

BREAKING NEWS

ଆଇଏସଏସଏଫ ବିଶ୍ୱକପ : ଭାରତୀୟ ଟିମରେ ଓଡିଶାର କଶିକା ପ୍ରଧାନ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଶୁଟର କଶିକା ପ୍ରଧାନଙ୍କ ନିକଟରେ ଆନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆଇଏସଏସଏଫ ବିଶ୍ୱକପ ରାଇଫଲ/ପିସ୍ତଲରେ କଶିକାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି । ସେପ୍ଟେମ୍ବର ୭ରୁ ୧୫ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ ଚୀନରେ ଆୟୋଜିତ ହେବ । ଓଡିଶା ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ଶୁଟିଂ ହାଇ ପର୍ଫମାନ୍ସ ସେଂଟରେ ସେ ପ୍ରଶିକ୍ଷଣ ନେଉଛନ୍ତି ।

ନିନଗୋବୋରେ ହେବାକୁ ଥିବା ବିଶ୍ୱକପରେ ସେ ୧୦ ମିଟର ମହିଳା ଏୟାର ରାଇଫଲ ଇଭେଂଟରେ ଅଂଶଗ୍ରହଣ କରିବେ । ଜାତୀୟ ଶୁଟିଂ ଚାମ୍ପିୟନଶିପରେ ୨୩ ବର୍ଷୀୟ କଶିକା ୫୦ ମିଟର ରାଇଫଲ ୩ ପୋଜିଶନରେ ସ୍ୱର୍ଣ୍ଣ ପଦକ ଜିତି ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ଡିସେମ୍ବରରେ ଭୋପାଳରେ ଏହା ଆୟୋଜିତ ହୋଇଥିଲା । ଏଠାରେ ଭଲ ପ୍ରଦର୍ଶନ କରିବା ଯୋଗୁ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଛି ।

Comments are closed.