Latest Odisha News

BREAKING NEWS

ଭତ୍ତା ପାଇଁ ବୟସ ଜାଲିଆତି କଲେ ନିଆଯିବ କଡା କଡା କର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର: ଭତ୍ତା ପାଇଁ ବୟସ ଜାଲିଆତି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଭତ୍ତା ପାଇଁ ବୟସ ଜାଲିଆତି କରୁଥିବା ଲୋକଙ୍କ ଉପରେ ତର୍ଜମା ଚାଲିଛି ବୋଲି କହିଲେ ମନ୍ତ୍ରୀ ।

ତନ୍ନ ତନ୍ନ ଯାଞ୍ଚ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଯିଏ ଭତ୍ତା ପାଇବାକୁ ଯୋଗ୍ୟ ତାଙ୍କୁ ଚିହ୍ନଟ କରାଯାଇ ଭତ୍ତା ଦିଆଯିବ । ଅଯୋଗ୍ୟ ହିତାଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ ।

Comments are closed.