ପୁରୀ: ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ଏନେଇ ଆଜି ରାତିରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ନୀତିକାନ୍ତି ପାଳନ ହେବ । ୧୨ଟା ୫୭ରେ ପାକ ତ୍ୟାଗ, ଦେବ ନୀତି ନିଷେଧ । ରାତି ୨ଟାରୁ ଦ୍ବାରଫିଟା ପରେ, ୨ଟା ୩୦ରେ ହେବ ଭିତର ଶୋଧ । ୨ଟା ୪୦ରେ ମଙ୍ଗଳ ଆଳତୀ, ୩ଟାରେ ମଇଲମ ଓ ତଡ଼ପ ଲାଗି, ୩ଟା ୩୦ରେ ଅବକାଶ ନୀତି ହେବ ।
ପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ବେଶ ଶେଷ, ଗୋପାଳବଲ୍ଲଭ ଓ ସକାଳ ଧୂପ ଅନୁଷ୍ଠିତ ହେବା ସହ ଅନ୍ୟାନ୍ୟ ନୀତିକାନ୍ତି ହେବ ବୋଲି ସୂଚନା ରହିଛି ।
ସେହିପରି ଭୋରରୁ ଭୋଗମଣ୍ଡପ ପରେ ୯ଟା ୩୦ରେ ଦକ୍ଷୀଣି ଘର ଭୋଗ, ସାଢେ ୮ଟାରୁ ୧୦ଟା ୩୦ ମଧ୍ୟରେ ଦ୍ବିତୀୟ ଭୋଗ ମଣ୍ଡପ ଅନୁଷ୍ଠିତ ହେବ । ସକାଳ ୧୦ଟା ୪୦ରେ ମଇଲମ, ୧୧ଟାରେ ବେଶ ଶେଷ ହୋଇ ୧୧ଟା ୧୫ରେ ସନ୍ଧ୍ୟା ଅଳତୀ, ସାଢେ ୧୧ରେ ଦୋଳ-ଗୋବିନ୍ଦ ବିଜେ, ୧୧ଟା ୪୫ରେ ଆଜ୍ଞାମାଳ ପାଲିଙ୍କି ବିଜେ ଏବଂ ୧୨ଟା ୩୦ ସୁଦ୍ଧା ସମସ୍ତ ନୀତିକାନ୍ତି ସରିବ । ଏନେଇ ଗତ ମଙ୍ଗଳବାର ବସିଥିବା ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ କରାଯାଇଛି ।
ଅନ୍ୟପଟେ, ଆସନ୍ତାକାଲି ତଥା ସେପ୍ଟେମ୍ବର ୭ ତାରିଖ ଭାଦ୍ରବ ପୂର୍ଣ୍ଣିମା ପରେ ୬ ମାସ ଅନ୍ତରରେ ତଥା ୨୦୨୬ ମାର୍ଚ୍ଚ ମାସ ଦୋଳପୂର୍ଣ୍ଣିମାରେ ଆଉ ଏକ ଚନ୍ଦ୍ରଗ୍ରହଣ ପଡୁଛି । ତେବେ ଲଗାତାର ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହାକୁ ଅଶୁଭ ସଙ୍କେତ ବୋଲି ଗଣନା କରୁଛନ୍ତି ଜ୍ୟୋର୍ତିବିଦ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏକ ଅଳ୍ପ ସମୟ ମଧ୍ୟରେ ଦୁଇଟି ଚନ୍ଦ୍ରଗ୍ରହଣ ଘଟିବା ଏକ ଅସାଧାରଣ ଘଟଣା ଏବଂ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ ।
Comments are closed.