Latest Odisha News

BREAKING NEWS

Hockey Asia Cup 2025: ଏକତରଫା ମ୍ୟାଚ ଜିତି ଫାଇନାଲରେ ଏଣ୍ଟ୍ରି ମାରିଲା ଭାରତ; ଆସନ୍ତାକାଲି କୋରିଆକୁ ଭେଟିବ

ନୂଆଦିଲ୍ଲୀ:ଏସିଆ କପ୍ ୨୦୨୫(Hero Men’s Asia Cup Rajgir Bihar 2025)ର ସୁପର-୪ ର ଶେଷ ମ୍ୟାଚ୍ ରେ ଭାରତ ୭-୦ରେ ଚୀନକୁ ପରାସ୍ତ କରିଛି। ଏହି ଦମଦାର୍ ବିଜୟ ସହିତ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଟିମ୍ ଇଣ୍ଡିଆ ସମଗ୍ର ଟୁର୍ଣ୍ଣାମେଣ୍ଟରେ କୌଣସି ମ୍ୟାଚ୍ ନ ହାରି ଟାଇଟଲ୍ ମ୍ୟାଚ୍ ରେ ଏଣ୍ଟ୍ରି ମାରିଛି। ତେବେ ଆସନ୍ତାକାଲି ଫାଇନାଲ ମ୍ୟାଚରେ ଭାରତ- କୋରିଆ ମୁହାଁମୁହିଁ ହେବେ।

ଅଭିଷେକ (46 ‘, 50’), ଶିଳାନନ୍ଦ ଲାକ୍ରା (4 ‘), ଦିଲପ୍ରୀତ ସିଂ (7’), ମନଦୀପ ସିଂ (18 ‘), ରାଜ କୁମାର ପାଲ (37’) ଏବଂ ସୁଖଜିତ ସିଂ (39 ‘) ଭାରତ ପାଇଁ ଗୋଲ ସ୍କୋର କରିଥିଲେ।

 

ପ୍ରଥମ କ୍ୱାର୍ଟରରେ ଦୁଇଟି ଗୋଲ ଦେବା ପରେ ଭାରତ ସମ୍ପୂର୍ଣ୍ଣ ଭାବରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା। ଶିଳାନନ୍ଦ ଲାକ୍ରା ପ୍ରଥମ ଗୋଲ ସ୍କୋର କରିବା ଆରମ୍ଭ କରିଥିଲେ ଏବଂ ଏହାପରେ ଭାରତ ଦଳ ଗୋଲ ବର୍ଷା କରି ଏକତରଫା ମ୍ୟାଚ ଜିତିଛନ୍ତି ।

ଭାରତ ଫାଇନାଲ ମ୍ୟାଚରେ ଆସନ୍ତାକାଲି( ସେପ୍ଟେମ୍ବର ୭,ରବିବାର) ସନ୍ଧ୍ୟା ୭:୩୦ ରେ କୋରିଆ ବିପକ୍ଷରେ ଖେଳିବ। ଭାରତୀୟ ଦଳ ୯ମ ଥର ପାଇଁ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି।

 

Comments are closed.