Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ମାଓବାଦୀ ଅମିତ ହାଂସଦା ନିହତ

ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଥବା ସୂଚନା ରହିଛି । ମୃତ ମାଓବାଦୀ ଜଣକ ହେଲା ସିପିଆଇ ମାଓବାଦୀର ପୁରସ୍କାରପ୍ରାପ୍ତ ନକ୍ସଲ ଅମିତ ହାଂସଦା ଓରଫ ଆପ୍ତନ । ତା ନିକଟରୁ ରାଇଫଲ୍ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ତେବେ ମାଓବାଦୀମାନେ ଗୋଇଲକେରା ଥାନା ଅଞ୍ଚଳର ରେଲାପାରାଲ ଜଙ୍ଗଲ ଏବଂ ପାହାଡ଼ି ଅଞ୍ଚଳରେ ଏକ ବଡ ଧରଣର ଅଘଟଣ ଘଟାଇବାକୁ ଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ ଝାଡଖଣ୍ଡ ପୋଲିସ ଓ କୋବ୍ରା ବାହିନୀ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଅପରେସନ ସମୟରେ ସୁରକ୍ଷା ବାହିନୀ ରେଲାପାରାଲ ଅଞ୍ଚଳରେ ପହଞ୍ଚିବା ପରେ ନକ୍ସଲମାନେ ଗୁଳିଚାଳନା ଆରମ୍ଭ କରିଥିଲେ ।

ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବରେ ଆଖିବୁଜା ଗୁଳିଚଳାଇଥିଲେ । ଏହି ଏନକାଉଣ୍ଟରରେ ସିପିଆଇ ମାଓବାଦୀର ପୁରସ୍କାରପ୍ରାପ୍ତ ମାଓବାଦୀ ଅମିତ ହାଂସଦା ନିହତ ହୋଇଛି । ଅମିତ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଅମିତର ମୃତ୍ୟୁକୁ ପୋଲିସ ତାର ଏକ ବଡ ସଫଳତା ବୋଲି ବିବେଚନା କରୁଛି ।

Comments are closed.