Latest Odisha News

BREAKING NEWS

Flood Situaion: ମୁଣ୍ଡଳୀରେ ସର୍ବୋଚ୍ଚ ସ୍ଥାନରେ ମହାନଦୀ ବନ୍ୟାଜଳ, ଯେ କୌଣସି ପରିସ୍ଥିତି ଉପୁଜିଲେ ଆମେ ପ୍ରସ୍ତୁତ ଅଛୁ: ଚନ୍ଦ୍ରଶେଖର ପାଢ଼ୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ, ଆହୁରି ୩ଦିନ ବର୍ଷିବ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ମଧ୍ୟ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାରି ଭିତରେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ପ୍ରେସମିଟ୍ କରିଛନ୍ତି। ବନ୍ୟାସ୍ଥିତି ଅପଡେଟ୍ ନେଇ ବଡ଼ ସୂଚନା ଦେଇଛନ୍ତି।

ସେ କହିଛନ୍ତି ମୁଣ୍ଡଳୀରେ ମହାନଦୀ ବନ୍ୟାଜଳ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛି । ଦିନ ୧୧ଟା ବେଳକୁ ମୁଣ୍ଡଳୀରେ ୬ ଲକ୍ଷ ୧୬ ହଜାର କ୍ୟୁସେକ୍ ଜଳ ପ୍ରଭାବିତ ହେଉଛି। ଏହା ପରେ ଜଳସ୍ତର ଧିରେ ଧିରେ କମିବ ବୋଲି ଆଶା କରାଯାଉଛି। ସେହିପରି ନରାଜ, କୁଶଭଦ୍ରାଠାରେ ମହାନଦୀ ବିପଦ ସଙ୍କେତ ତଳେ ରହିଛି। ହାରାକୁଦ୍ ଗେଟ୍ ଖୋଲିଥିବାରୁ ମହାନଦୀର ଜଳସ୍ତର ଫୁଲିବାରେ ଲାଗୁଛି। ହୀରାକୁଦରେ ୪ ଟି ଗେଟ୍ ବନ୍ଦ ହୋଇଥିବା ବେଳେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଜିଲ୍ଲା ପ୍ରଶାସନ ସହ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ଅଛି। ଯେ କୌଣସି ପ୍ରକାର ପରିସ୍ଥିତି ଉପୁଜିଲେ ଆମେ ପ୍ରସ୍ତୁତ ଅଛୁ ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ।

ଅନ୍ୟପଟେ ଆସନ୍ତା ୧୧ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। କିଛି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଆଶଙ୍କା କରାଯାଇଛି। ଅନ୍ୟପଟେ, ପ୍ରବଳ ବର୍ଷା କାରଣରୁ ଜଳକା ନଦୀର ଜଳସ୍ତର ବଢ଼ିବା ଯୋଗୁ ବାଲେଶ୍ୱରର କିଛି ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଶନିବାର ଜଳକା ନଦୀ ଜଳସ୍ତର କମିଛି। ଏହା ବିପଦ ସଙ୍କେତ ସ୍ତରଠାରୁ ତଳେ ରହିଛି। ଜଳକାର ମଥାନି ରୋଡ୍‌ରେ ଜଳସ୍ତର ୬.୪୮ ମିଟର ରହିଛି। ଏଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ଏହାଠାରୁ ତଳେ ଜଳ ପ୍ରବାହିତ ହେଉଛି।

Comments are closed.