Latest Odisha News

BREAKING NEWS

Nepal Gen Z Protest: ନେପାଳ ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା…ଶାନ୍ତି ପାଇଁ କଲେ ଅପିଲ୍

ନୂଆଦିଲ୍ଲୀ: ଭାରତର ପଡୋଶୀ ଦେଶ ନେପାଳରେ ସୋସିଆଲ ମିଡିଆ ବ୍ୟାନ ଏବଂ ଦୁର୍ନୀତି ବିରୋଧରେ ପ୍ରତିବାଦ କ୍ରମାଗତ ଭାବରେ ହିଂସାତ୍ମକ ହେବାରେ ଲାଗିଛି। ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ, କ୍ୟାବିନେଟ ସୁରକ୍ଷା କମିଟି (Cabinet Committee on Security -CCS) ବୈଠକରେ ନେପାଳ ହିଂସାକୁ ନେଇ ବିସ୍ତୃତ ଆଲୋଚନା ହୋଇଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଜନସାଧାରଣଙ୍କୁ ଏକ ବଡ଼ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଫିସିଆଲ୍ X ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ- ” ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ଗସ୍ତରୁ ଫେରିବା ପରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ନେପାଳର ଘଟଣାକ୍ରମକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ନେପାଳରେ ହିଂସା ହୃଦୟ ବିଦାରକ। ଅନେକ ପିଲାଙ୍କ ଏଥିରେ ଜୀବନ ଯାଇଥିବା ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ । ନେପାଳର ସ୍ଥିରତା, ଶାନ୍ତି ଓ ସମୃଦ୍ଧି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ନେପାଳର ସମସ୍ତ ଭାଇଭଉଣୀମାନଙ୍କୁ ଶାନ୍ତି ବଜାୟ ରଖିବାକୁ ବିନମ୍ରତାର ସହ ନିବେଦନ କରୁଛି।”

ସୂଚନାଥାଉକି, ନେପାଳର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଏହାକୁ ନଜରରେ ରଖି, ଭାରତୀୟ ଦୂତାବାସ ନେପାଳରେ ରହୁଥିବା ଭାରତୀୟମାନଙ୍କ ପାଇଁ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ଦୂତାବାସ କହିଛି ଯେ, ଯଦି କୌଣସି ଭାରତୀୟ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଫସି ରହିଛନ୍ତି ଏବଂ ତାଙ୍କୁ ସାହାଯ୍ୟର ଆବଶ୍ୟକତା ଅଛି, ତେବେ ସେ ଏହି ନମ୍ବର 977-9808602881 ରେ ସୂଚନା ଦେଇପାରିବେ। ତାଙ୍କୁ ତୁରନ୍ତ ସାହାଯ୍ୟ କରାଯିବ। ଏହା ସହିତ, ନେପାଳରେ ଉପସ୍ଥିତ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଥିଲା ଯେ ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ରୁହନ୍ତୁ ଏବଂ ଘରୁ ବାହାରକୁ ନ ଯାଆନ୍ତୁ। ଏହି ହିଂସାତ୍ମକ ପ୍ରତିବାଦ ମଧ୍ୟରେ ଭାରତୀୟମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।

ଖବରମୁତାବକ, Gen-Z ଆନ୍ଦୋଳନ ଯୋଗୁଁ ଦୁଇ ଦିନ ଧରି ଜଳୁଥିବା ନେପାଳରେ ସେନା ମୁତୟନ କରାଯାଇଛି। ଗତକାଲି ରାତି ୧୦ଟା ପରେ ଦେଶର ସୁରକ୍ଷା ଦାୟିତ୍ୱ ବୋଲି ଘୋଷଣା କରିଥିଲା । ରାତିସାରା ନେପାଳ ସେନାର ଅନେକ ସଶସ୍ତ୍ର ଯାନ କାଠମାଣ୍ଡୁର ରାସ୍ତାରେ ପାଟ୍ରୋଲିଂ ଜାରି ରଖିଥିଲା। ଏହି ସମୟରେ, ସେନା ଅନେକ ଦୁର୍ବୃତ୍ତଙ୍କୁ ମଧ୍ୟ ଅଟକ ରଖିଛି। ତେବେ ନେପାଳର ପରିସ୍ଥିତି ନିୟନ୍ତ୍ରଣ କରିବାର ଦାୟିତ୍ୱ ଏବେ ସେନା କାନ୍ଧରେ ରହିଛି ।

 

Comments are closed.