Trump ally Charlie Kirk: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା;ଆମେରିକାରେ ରାଷ୍ଟ୍ରୀୟ ଶୋକ ପାଳନ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କ (୩୧) (Trump ally and activist Charlie Kirk) ଙ୍କୁ ଗୁଳି କରି ହତ୍ୟା ।ଘଟଣା ପରେ ଆମେରିକାରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଓରେମର ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଏହି ଗୁଳିକାଣ୍ଡ ଘଟିଛି । ଚାର୍ଲି ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ରାଷ୍ଟ୍ରପତି ଟ୍ରମ୍ପ ଚାର୍ଲି କିର୍କଙ୍କ ହତ୍ୟା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।
ସେ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। । ଟ୍ରମ୍ପ କହିଥିଲେ ଯେ କିର୍କ “ସମସ୍ତଙ୍କ ପ୍ରିୟ ଥିଲେ। ସମସ୍ତେ ତାଙ୍କୁ ପ୍ରଶଂସା କରୁଥିଲେ।”
ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ସମୟରେ ତାଙ୍କ ବେକରେ ଗୁଳି ବାଜିଥିଲା ।ଆକ୍ରମଣକାରୀଙ୍କୁ ଏପର୍ଯ୍ୟନ୍ତ ଧରାଯାଇ ନାହିଁ। ଦୁଇଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଥିଲା କିନ୍ତୁ ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା।
ଆମେରିକାର ABC ନ୍ୟୁଜ୍ ଅନୁଯାୟୀ, କିର୍କ ଜଣେ ଛାତ୍ରଙ୍କ ଗଣ ଗୁଳିକାଣ୍ଡ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଉଥିବା ସମୟରେ ଗୁଳିକାଣ୍ଡ ଘଟିଥିଲା।
ଭ୍ୟାଲି ବିଶ୍ୱବିଦ୍ୟାଳୟର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଚାର୍ଲି କିର୍କ ମାତ୍ର କୋଡିଏ ମିନିଟ୍ ଭାଷଣ ଦେଇଥିଲେ, ସେହି ସମୟରେ ନିକଟସ୍ଥ ଏକ କୋଠାରୁ ଗୁଳି ଫୁଟିବାର ଶବ୍ଦ ଶୁଭିଲା।
ସୂଚନାଥାଉକି , ଯୁବ ରିପବ୍ଲିକାନ ଭୋଟରମାନଙ୍କୁ ସଂଗଠିତ କରିବାରେ ଚାର୍ଲି କିର୍କ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିଲେ। କିର୍କ ମଧ୍ୟ ଇସ୍ରାଏଲର ଜଣେ ଦୃଢ଼ ସମର୍ଥକ ଥିଲେ।
କିର୍କଙ୍କ ହତ୍ୟା ଆମେରିକୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଟ୍ରମ୍ପଙ୍କ ସହିତ ଡେମୋକ୍ରାଟିକ୍ ନେତାମାନେ ମଧ୍ୟ ଏହି ହିଂସାକୁ ଦୃଢ଼ ନିନ୍ଦା କରିଛନ୍ତି। ଏହା ବ୍ୟତୀତ କିର୍କଙ୍କ ରିପବ୍ଲିକାନ୍ ସହଯୋଗୀମାନେ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।
Comments are closed.