Latest Odisha News

BREAKING NEWS

କାର୍ତିକଙ୍କୁ ଭେଟିବାକୁ ୧୫୧୪ କିଲୋମିଟର ବାଟ ଆସିଲେ ଶୁଣି ଓ ଦେଖି ନ ପାରୁଥିବା ପ୍ରଶଂସକ

ନୂଆଦିଲ୍ଲୀ: ଅଭିନେତା କାର୍ତିକ ଆର୍ଯ୍ୟନଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି । ନିକଟରେ କାର୍ତିକଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୧୫୧୪ କିଲୋମିଟର ବାଟ ଆସିଥିଲେ । ଏହି ଯୁବକଜଣଙ୍କ ଶୁଣି କିମ୍ବା ଦେଖି ପାରନ୍ତି ନାହିଁ । ତେବେ ତାଙ୍କ ପ୍ରତିକ୍ରିୟା ଓ ଖୁସୀ ଦେଖି କାର୍ତିକ ଭାବପ୍ରବଣ ହୋଇ ପଡିଥିଲେ । ଏପରିକି ମୁଁ ବୋଧେ କିଛି ଭଲ କାମ କରିଥିଲି ସେଥିପାଇଁ ଏ ଭଳି ଭଲ ପାଇବା ପାଉଛି । ଯୁବକଜଣଙ୍କ କାର୍ତିକଙ୍କ ଭୁଲ ଭୁଲୈୟା ଫିଲ୍ମ ଗୀତରେ ହରେ କୃଷ୍ଣ ହରେ ରାମ ଗୀତର ହୁକ ଷ୍ଟେପ କରିଥିଲେ । କାର୍ତିକ ସୋସିଆଲ ମିଡିଆରେ ଲେଖିଥିଲେ ତୁମେ କହି ପାରୁନ କିମ୍ବା ଦେଖି ପାରୁନ । ମାତ୍ର ତୁମର ଭାବନା ସବୁ କିଛି ବୁଝେଇ ଦେଉଥିଲା । ଆଶା କରୁଛି ତୁମେ ମୋ ଭଲ ପାଇବା ହୃଦୟଙ୍ଗମ କରିପାରିବ ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ମଧ୍ୟ କାର୍ତିକଙ୍କ ସରଳତା ଏବଂ ଭଲ ପାଇବାକୁ ଭୂୟସୀ ପ୍ରଶଂସା କରିଛନ୍ତି । ୨୦୨୪ରେ କାର୍ତିକଙ୍କ ଭୁଲ ଭୁଲୈୟା ୩ ଫିଲ୍ମ ରିଲିଜ ହୋଇଥିଲା । ଏହା ପରଠାରୁ ଆଉ କୌଣସି ଫିଲ୍ମ ରିଲିଜ ହୋଇନି । ରିପୋର୍ଟ ମୁତାବକ ଅନୁରାଗ ବସୁଙ୍କ ଏକ ଫିଲ୍ମରେ କାର୍ତିକ ଅଭିନୟ କରୁଛନ୍ତି ଏବଂ ଏହା ଦୀପାବଳୀରେ ରିଲିଜ ହୋଇପାରେ । ମେକର୍ସ କିମ୍ବା କାର୍ତିକଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Comments are closed.