Latest Odisha News

BREAKING NEWS

ଚାଷୀଙ୍କ ପାଇଁ ଯଦି କିଏ ଅଧିକ ହିତାକାଂକ୍ଷୀ, ସେ ହେଉଛନ୍ତି ବିଜେପି ସରକାର: ମୁକେଶ ମହାଲିଙ୍ଗ

ଭୁବନେଶ୍ବର: ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କାଉଣ୍ଟର ଆଟାକ କରିଛନ୍ତି ସ୍ବାସ୍ଥ୍ୟ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର୍ ମୁକେଶ ମହାଲିଙ୍ଗ । ସେ କଡା ଜବାବ ରଖି କହିଛନ୍ତି ଯେ, ଚାଷୀଙ୍କ ପାଇଁ ସବୁଠୁ ଅଧିକ ଚିନ୍ତା କରୁଥିବା ସରକରା ହେଉଛି ଆମ ସରକାର । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଇନପୁଟ ସବସିଡି ୮୦୦ ଟଙ୍କା ଦିଆଯାଇଛି ବୋଲି ସେ କହିଛନ୍ତି ।

ମହାଲିଙ୍ଗ ଆହୁରି କହିଛନ୍ତି ଯେ, ଚାଷୀ ବି ବୁଝିଲେଣି ଯେ ଅବାସ୍ତବ କଥା କେବେ ବାସ୍ତବ ହୁଏନି । ମହିଳାଙ୍କୁ ଡିବିଟି କରାଯାଇଛି। ସୁଭଦ୍ରା ଟଙ୍କା ଠିକ ସମୟରେ ମିଳିଛି । ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ। ବିଧାନସଭାରେ ବିରୋଧୀ ପ୍ରସଙ୍ଗ ଉଠାଇଲେ ସରକାର ଆଲୋଚନା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ଚାଷୀକୁ ଯଦି ସାର ମିଳିଥାନ୍ତା ତାହାଲେ କାହିଁକି ଦିନ ଦିନ ଚାଷୀ ଧାଡ଼ି ଲଗାଇ ଠିଆହେଉଛି । ପର୍ଯ୍ୟାପ୍ତ ପରିମାଣରେ ସାର ଅଛି ବୋଲି ସରକାର କହି ହଉଛନ୍ତି, ହେଲେ ଚାଷୀଙ୍କୁ କାହିଁକି ସାର ମିଳୁନି । ଏଥିରୁ ସ୍ପଷ୍ଟ ଯେ, ସରକାର ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

Comments are closed.