Latest Odisha News

BREAKING NEWS

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଆସାମ, ଭୁଟାନ ଓ ପଶ୍ଚିମବଙ୍ଗରେ ପ୍ରଭାବ…

ଗୌହାଟୀ: ଆସାମ ସମେତ ଉତ୍ତର-ପୂର୍ବ ଭାରତରେ ରବିବାର ସନ୍ଧ୍ୟାରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଆସାମରେ ଉଦଲଗୁରି ନିକଟରେ ଅନୁଭୂତ ହୋଇଥିଲା। ଯାହାଫଳରେ ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା।

ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଘରୁ ବାହାରି ଖୋଲା ଆକାଶ ତଳକୁ ଚାଲି ଆସିଥିଲେ। ତେବେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୮ ମାପ କରାଯାଇଥିଲା ଓ ଏହାର ଗଭୀରତା ୫ କିଲୋମିଟର ଥିବା ନେଇ ସୂଚନା ମିଳିଛି। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଆସାମ ସହିତ ଭୁଟାନ ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳ ମଧ୍ୟ ଥରି ଉଠିଥିଲା।

ଏଥିଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୋଇନଥିବା ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୂଚନା ଦେଇଛନ୍ତି। ତେବେ ପ୍ରଶାସନ ନିରନ୍ତର ପରିସ୍ଥିତି ଉପରେ ନଜର ରଖିବା ସହ ରିଲିଫ୍ ଏବଂ ଉଦ୍ଧାରକାରି ଦଳ ଅଞ୍ଚଳର ସମୀକ୍ଷା କରୁଥିବା ନେଇ ମୁଖ୍ୟମନ୍ତ୍ରୀ ନିଜର ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସରେ ସୂଚନା ଦେଇଛନ୍ତି। ଏହି ଭୂମିକମ୍ପ ଆସାମ ସହିତ ମେଘାଳୟ, ନାଗାଲାଣ୍ଡ ଏବଂ ମଣିପୁର ଭଳି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର କିଛି ସ୍ଥାନରେ ଅନୁଭୂତ ହୋଇଥିଲା।

କିଛିଦିନ ତଳେ ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ମଧ୍ୟ ରିକ୍ଟର ସ୍କେଲରେ ୬ ମାପ କରାଯାଇଥିଲା। କିନ୍ତୁ ଏଥିରେ ୨୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଘର ମଧ୍ୟ ନଷ୍ଟ ହୋଇଯାଇଥିଲା।

Comments are closed.