ଭୁବନେଶ୍ବର: ଦେଶର ସାଧାରଣ ନାଗରିକଙ୍କ ବିଭିନ୍ନ ଆବଶ୍ୟକତାକୁ ଧ୍ୟାନରେ ରଖି, ପୋଷ୍ଟ ଅଫିସ୍ ରେ ଅନେକ ପ୍ରକାରର ସଞ୍ଚୟ ଯୋଜନା ରହିଛି। ଆପଣ ପୋଷ୍ଟ ଅଫିସରେ TD, RD, PPF, KVP, MIS ସମେତ ଅନେକ ପ୍ରକାରର ଆକାଉଣ୍ଟ ଖୋଲିପାରିବେ। ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସ୍ MIS ଅର୍ଥାତ୍ ମାସିକ ଆୟ ଯୋଜନା ବିଷୟରେ । ପୋଷ୍ଟ ଅଫିସ୍ ମାସିକ ଆୟ ଯୋଜନାରେ, ନିବେଶକମାନଙ୍କୁ ଏକକାଳୀନ ନିବେଶ କରିବାକୁ ପଡିବ, ଯାହା ଉପରେ ଆପଣଙ୍କୁ ପ୍ରତି ମାସରେ ଏକ ସ୍ଥିର ସୁଧ ମିଳିବ।
ପୋଷ୍ଟ ଅଫିସ୍ ନିଜର ଗ୍ରାହକମାନଙ୍କୁ ମାସିକ ଆୟ ଯୋଜନାରେ ବାର୍ଷିକ ୭.୪ ପ୍ରତିଶତ ସୁଧ ଦେଉଛି। ପୋଷ୍ଟ ଅଫିସ୍ ର MIS ଯୋଜନାରେ ସର୍ବନିମ୍ନ ୧୦୦୦ ଟଙ୍କା ଜମା କରାଯାଇପାରିବ। ଏହି ଯୋଜନାରେ ଗୋଟିଏ ଆକାଉଣ୍ଟରେ ସର୍ବାଧିକ ୯ ଲକ୍ଷ ଟଙ୍କା ଜମା କରାଯାଇପାରିବ।
ଯଦି ଆପଣ ଏକ ଜଏଣ୍ଟ ଆକାଉଣ୍ଟ ଖୋଲନ୍ତି, ତେବେ ଆପଣ ଏଥିରେ ସର୍ବାଧିକ ୧୫ ଲକ୍ଷ ଟଙ୍କା ଜମା କରିପାରିବେ। ଏକ ଜଏଣ୍ଟ ଆକାଉଣ୍ଟରେ ସର୍ବାଧିକ ୩ ଜଣଙ୍କୁ ସାମିଲ କରାଯାଇପାରିବ।
ଯଦି ଆପଣ ପୋଷ୍ଟ ଅଫିସ୍ MIS ଯୋଜନାରେ ୯ ଲକ୍ଷ ଟଙ୍କାର ଏକକାଳୀନ ନିବେଶ କରନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୫୫୫୦ ଟଙ୍କାର ସ୍ଥିର ସୁଧ ମିଳିବ।
MIS ଯୋଜନା ଅଧୀନରେ, ପ୍ରତି ମାସରେ ମିଳୁଥିବା ସୁଧ ଟଙ୍କା ସିଧାସଳଖ ଆପଣଙ୍କ ପୋଷ୍ଟ ଅଫିସ ସଞ୍ଚୟ ଖାତାରେ ଜମା କରାଯାଏ। ଏହି ପୋଷ୍ଟ ଅଫିସ ଯୋଜନା ପାଞ୍ଚ ବର୍ଷ ମଧ୍ୟରେ ପରିପକ୍ୱ ହୁଏ। ପରିପକ୍ୱତା ପରେ, ଆପଣଙ୍କ ଦ୍ୱାରା ଜମା ହୋଇଥିବା ସମସ୍ତ ଟଙ୍କା ଆପଣଙ୍କ ସଞ୍ଚୟ ଖାତାକୁ ପଠେଇ ଦିଆଯିବ ।
Comments are closed.